ETV Bharat / bharat

ସୁଶାନ୍ତ ଆତ୍ମହତ୍ୟା ମାମଲା: ରିଆଙ୍କ ବାପାଙ୍କୁ ଜେରା କରିବ ଇଡି

ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀଙ୍କୁ ମୁମ୍ବାଇ ପୋଲିସ ସାନ୍ତା କ୍ରୁଜ ସ୍ଥିତ ଆକ୍ସିସ ଶାଖାକୁ ନେଇଛି। ତାଙ୍କୁ ଏଠାରେ ଇଡି ପକ୍ଷରୁ ଜେରା କରାଯିବ ବୋଲି କୁହାଯାଉଛି ।

author img

By

Published : Aug 27, 2020, 4:11 PM IST

ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲା: ଇଡି ସାମ୍ନାରେ ଜେରା ହେବେ ରିଆଙ୍କ ପିତା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି । ଏହି ମାମଲାରେ ଉଭୟ ସିବିଆଇ ଏବଂ ଇଡିର ତଦନ୍ତ ଜାରି ରହିଛି । ମୁମ୍ବାଇରେ ଅଭିନେତାଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଜାଣିବା ପାଇଁ ଉଭୟ ଟିମ ସନ୍ଦିଗ୍ଧ ଏବଂ ସାକ୍ଷୀଙ୍କୁ ପଚରାଉଚରା କରୁଛି। ଏହି କ୍ରମରେ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀଙ୍କୁ ମୁମ୍ବାଇ ପୋଲିସ ସାନ୍ତା କ୍ରୁଜ ସ୍ଥିତ ଆକ୍ସିସ ଶାଖାକୁ ନେଇଛି। ତାଙ୍କୁ ଏଠାରେ ଇଡି ପକ୍ଷରୁ ଜେରା କରାଯିବ ବୋଲି କୁହାଯାଉଛି ।

ମୁମ୍ବାଇ ପୋଲିସ ଗୁରୁବାର ରିଆ ଚକ୍ରବର୍ତ୍ତୀଙ୍କ ଘରେ ପହଞ୍ଚିଥିଲା। ଏନେଇ ରିଆଙ୍କ ଘର ବାହାରେ ଥିବା ମୁମ୍ବାଇ ପୋଲିସର କନଷ୍ଟେବଳ କହିଛନ୍ତି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଇନ୍ଦ୍ରଜିତ ଚକ୍ରବର୍ତ୍ତୀଙ୍କୁ ସମନ କରାଯାଇଥିଲା । ଏଥିପାଇଁ ଆମେ ତାଙ୍କୁ ସାଣ୍ଟା କ୍ରୁଜ ପୋଲିସ ଷ୍ଟେସନକୁ ନେବାକୁ ଆସିଛୁ।

ସେପଟେ ଅଭିନେତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯେ ତାଙ୍କୁ ଏବଂ ତାଙ୍କ ପରିବାରକୁ ଧମକ ଦିଆଯାଇଛି। ଫଳରେ ଅଭିନେତ୍ରୀଙ୍କ ଘର ବାହାରେ ଉତ୍ତେଜନା ଦେଖାଦେଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.