ETV Bharat / bharat

ମେଡିକାଲ ସାର୍ଟିଫିକେଟ ପାଇଁ କ୍ଲିନିକ୍ ବାହାରେ ପ୍ରବାସୀ ଶ୍ରମିକମାନଙ୍କର ଲମ୍ବା ଲାଇନ - Long queues for medical certificates

ମହାରାଷ୍ଟ୍ରର ମହାଲକ୍ଷ୍ମୀର ଏକ ଘରୋଇ କ୍ଲିନିକ୍ ବାହାରେ ପ୍ରବାସୀ ଶ୍ରମିକମାନଙ୍କର ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ଏଠାରେ ସମସ୍ତେ ନିଜର ଡାକ୍ତରୀ ପ୍ରମାଣ ପତ୍ର ପାଇଁ ଲାଇନ ଲଗାଇଥିଲେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମେଡିକାଲ ସାର୍ଟିଫିକେଟ ପାଇଁ ଶ୍ରମିକମାନଙ୍କର ଲମ୍ବା ଲାଇନ

author img

By

Published : May 5, 2020, 9:55 PM IST

ମୁମ୍ବାଇ: ଗତ ଦୁଇ ଦିନ ଧରି ମଦ ଦୋକାନ ଖୋଲିବା ପରେ ସାଧାରଣ ଲୋକେ ସମସ୍ତ ମଦ ଦୋକାନରେ ଲମ୍ବା ଧାଡି ବନ୍ଧି ଠିଆ ହୋଇଥିବା ଦେଖିବାକୁ ମିଳୁଛି । ମୁମ୍ବାଇରେ ମଧ୍ୟ ଦୁଇଦିନ ହେବ ଲମ୍ବା ଲାଇନ ଦେଖିବାକୁ ମିଳିଛି । କିନ୍ତୁ ତାହା ମଦ ଦୋକନା ବାହାରେ ନୁହେଁ ବରଂ ମୁମ୍ବାଇରେ ଘରୋଇ କ୍ଲିନିକ୍ ଏବଂ ବିଏମସି ବାହାରେ ଲମ୍ବା ଧାଡି ହୋଇ ଠିଆ ହୋଇଛନ୍ତି ଲୋକେ । ତେବେ ଏହି ଧାଡିରେ ଥିବା ଲୋକେ ପ୍ରବାସୀ ଶ୍ରମିକ ବୋଲି ଜଣାପଡିଛି ।

ମହାଲକ୍ଷ୍ମୀର ଏକ ଘରୋଇ କ୍ଲିନିକ୍ ବାହାରେ ପ୍ରବାସୀ ଶ୍ରମିକମାନେ ଭିଡ଼ ଜମାଇଥିଲେ । ମଦ ଦୋକାନ ଅପେକ୍ଷା ଏଠାରେ ଧାଡି ବହୁତ ଲମ୍ବା ଦେଖିବାକୁ ମିଳିଥିଲା । ଏହି ଅଞ୍ଚଳରେ ଏହା ସବୁଠାରୁ ବଡ ଧୋବି ଘାଟ । ଏଠାରେ ପ୍ରବାସୀ ଶ୍ରମିକମାନେ ସେମାନଙ୍କର ସ୍ବାସ୍ଥ୍ୟ ଯାଞ୍ଚ କରିବାକୁ କ୍ଲିନିକକୁ ଆସନ୍ତି ।

ଭିଡ଼ ଏତେ ଅଧିକ ଥିଲା ଯେ ପୋଲିସ ଏଠାରେ ଥିବା ଲୋକଙ୍କୁ ସାମାଜିକ ଦୂରତା ବଜାୟ ରଖିବାକୁ କହିଥିଲା । ମୁମ୍ବାଇ ପୋଲିସ ଅଧିକାରୀମାନେ ଶ୍ରମିକମାନଙ୍କୁ କୋରୋନାକୁ ସାଙ୍ଗରେ ଧରି ନିଜ ଗାଁକୁ ଯିବାକୁ ଚାହାଁନ୍ତି କି ବୋଲି ବୁଝାଉଥିବାର ଦେଖିବାକୁ ମିଳିଥିଲା । ସାମାଜିକ ଦୂରତା ରଖନ୍ତୁ, ସମସ୍ତଙ୍କର ଡାକ୍ତରୀ ପରୀକ୍ଷା ହେବେ ବୋଲି ପୋଲିସ ଉକ୍ତ ଶ୍ରମିକମାନଙ୍କୁ ବୁଝାଉଥିଲେ । ବହୁ ସଂଖ୍ୟକ ପୋଲିସ ସହିତ ଏନଜିଓ କର୍ମଚାରୀମାନେ ମଧ୍ୟ ଲୋକଙ୍କୁ ମାର୍ଗଦର୍ଶନ କରୁଥିବା ଏବଂ ବ୍ୟବସ୍ଥା କରୁଥିବା ଦେଖାଯାଇଥିଲା ।

ଏବେ ସମସ୍ୟା ହେଉଛି ଯେ ପ୍ରତ୍ୟେକ ଶ୍ରମିକ ଟ୍ରେନ ଯୋଗେ ନିଜ ନିଜର ମୂଳ ସ୍ଥାନକୁ ଫେରିବାକୁ ଚାହାଁନ୍ତି । ପୋଲିସ ପ୍ରବାସୀ ଶ୍ରମିକମାନଙ୍କୁ ବସ୍ ଯୋଗେ ଫେରିବାକୁ କହୁଛନ୍ତି । ପ୍ରବାସୀ ଶ୍ରମିକମାନେ କହିଛନ୍ତି ଯେ ବସ୍ ଭଡା ବହୁତ ଅଧିକ, ଯାହା ଦେବା କଷ୍ଟ । ଏପିରିକି ଡାକ୍ତରୀ ପ୍ରମାଣପତ୍ର ପାଇବା ପାଇଁ ସେମାନଙ୍କ ପାଖରେ ଟଙ୍କା ମଧ୍ୟ ନାହିଁ ।

ଜଣେ ପ୍ରବାସୀ ଶ୍ରମିକ କହିଛନ୍ତି, ‘ଆମେ ଏଠାରେ ଦୁଇ ମାସ ଧରି ରହିଛୁ । ଆମକୁ ଖାଦ୍ୟ ମିଳୁଛି କିନ୍ତୁ ଦୁଇ ଓଳି ମିଳୁନାହିଁ । କୌଣସି ପ୍ରକାରେ ଆମେ ଆମର ଭୋକକୁ ଦୂର କରୁଛୁ । 25 ରୁ 30 ଜଣିଆ ଗୋଷ୍ଠୀ ଗଠନ କରି ଘରକୁ ଯିବାକୁ ପୋଲିସ କହୁଛି । ହେଲେ କୌଣସି ଟ୍ରେନ୍ ଉପଲବ୍ଧ ନାହିଁ । ଆମ ଫର୍ମ ନେଉନାହାଁନ୍ତି । ବସ୍ ଯୋଗେ ଯିବା ଆମକୁ ବହୁତ ଖର୍ଚ୍ଚ ପଡିବ, ତେଣୁ ଆମେ ଅନୁରୋଧ କରୁଛୁ ଯେ ଆମକୁ ଟ୍ରେନ୍ ଦ୍ବାରା ପଠାଯାଉ । ଆମେ ପ୍ରାୟ 8 ରୁ 10 ହଜାର ଟଙ୍କା ରୋଜଗାର କରୁଥିଲୁ, ଯାହା ବର୍ତ୍ତମାନ ଶେଷ ହୋଇଛି । ଗାଁରେ ପହଞ୍ଚିବା ପରେ ଅନ୍ତତଃ ଆମେ ଆମ ପରିବାର ସହିତ ରହିପାରିବୁ ଏବଂ ଖାଦ୍ୟ ଠିକ ଭାବେ ପାଇପାରିବୁ ।’

ଡାକ୍ତରୀ ଯାଞ୍ଚ ପରେ କିଛି ଡାକ୍ତର ପ୍ରମାଣପତ୍ର ପାଇଁ ଟଙ୍କା ମାଗୁଛନ୍ତି । ସମସ୍ତେ ସେଠାରେ ଟଙ୍କା ନେଉନାହାଁନ୍ତି । ସୂଚନା ଥାଉକି ମହାଲକ୍ଷ୍ମୀ ଅଞ୍ଚଳରେ ଅବସ୍ଥିତ ଏହି କ୍ଲିନିକ୍ ଚଳାଉଥିବା ଡାକ୍ତରମାନେ ଦିନରାତି କାର୍ଯ୍ୟ କରୁଛନ୍ତି ଯାହା ଦ୍ବାରା ଲୋକେ ଠିକ୍ ସମୟରେ ଡାକ୍ତରୀ ପ୍ରମାଣପତ୍ର ପାଇପାରିବେ ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.