ETV Bharat / bharat

ମୁମ୍ବାଇର ବହୁତଳ କୋଠାରେ ଭୀଷଣ ଅଗ୍ନିକାଣ୍ଡ, ଫସିଥିବା 11 ଜଣ ସୁରକ୍ଷିତ ଉଦ୍ଧାର

ମୁମ୍ବାଇ ବର୍ଲି ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ । ବହୁତଳ କୋଠାର 10 ନମ୍ବର ମହଲାରେ ଲାଗିଲା ଭୟାବହ ନିଆଁ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଅଧିକ ପଢନ୍ତୁ...

author img

By

Published : Aug 26, 2020, 6:44 AM IST

ମୁମ୍ବାଇର ବହୁତଳ କୋଠାରେ ଭୀଷଣ ଅଗ୍ନିକାଣ୍ଡ, ଫସି ରହିଥିବା 11 ଜଣ ସୁରକ୍ଷିତ ଉଦ୍ଧାର

ମୁମ୍ବାଇ: ମଙ୍ଗଳବାର ବିଳମ୍ବିତ ରାତିରେ ମୁମ୍ବାଇର ୱର୍ଲି ଅଞ୍ଚଳର ବହୁତଳ କୋଠାରେ ଭୟାବହ ଅଗ୍ନିକାଣ୍ଡ । 10 ନମ୍ବର ମହଲାରେ ଲାଗିଲା ଭୀଷଣ ନିଆଁ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । 11 ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଆଶ୍ବସ୍ତିର କଥା, ଏଥରେ କେହି ମୃତାହତ ହୋଇନାହାଁନ୍ତି ।

ଅଧିକାରୀ କହିଛନ୍ତି ଯେ, ଅଗ୍ନିଶମ ବିଭାଗର 6 ଟି ଗାଡି ସାହାଯ୍ୟରେ ନିଆଁକୁ ନିୟନ୍ତ୍ରଣ କରାଯାଇଛି। ବର୍ତ୍ତମାନ କୁଲିଙ୍ଗ କାମ ଚାଲିଛି । ଅଗ୍ନିକାଣ୍ଡର କାରଣ ଅନୁସନ୍ଧାନ କରାଯାଉଛି। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ନେଇ ବୋଲି ଆଶଙ୍କା କରାଯାଉଛି।

ମୁମ୍ବାଇରେ ଅଗ୍ନିକାଣ୍ଡ ଘଟିବା ପୂର୍ବରୁ ସୋମବାର ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ପୋଖରୀ କୂଳରେ ଥିବା ଏକ ପାଞ୍ଚ ମହଲା କୋଠା ଭୁଶୁଡି ପଡିଛି। କୋଠା ଭୁଶୁଡ଼ିବାରେ 13 ଜଣଙ୍କର ମୃତ୍ୟୁ ହୋଇଛି। ମଙ୍ଗଳବାର ରାତି ସୁଦ୍ଧା ତାରିକ ବିଲଡିଂ ନାମକ ଏହି କୋଠାର ଧ୍ୱଂସାବଶେଷରୁ 13 ଜଣଙ୍କ ମୃତଦେହକୁ ବାହାର କରାଯାଇଛି। ଜାତୀୟ ବିପର୍ଯ୍ୟୟ ଉଦ୍ଧାରକାରୀ ଦଳ (NDRF) ର 8 ଟି ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହି ମାମଲାରେ 5ଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.