ETV Bharat / bharat

କୋରୋନାକୁ ହରାଇ ଫେରିଲେ ଯୋଦ୍ଧା, ସ୍ବାଗତ କଲେ ପଡୋଶୀ

author img

By

Published : May 23, 2020, 5:09 PM IST

ଶନିବାର ସୁସ୍ଥ ହେବା ପରେ ଘରକୁ ଫେରିଥିଲେ କିରଣ । ଆଉ ଏହି କୋରୋନା ଯୋଦ୍ଧାଙ୍କୁ ପଡୋଶୀମାନେ ଫୁଲ ପକାଇ ଓ ତାଳି ମାରି ସ୍ବାଗତ କରିଥିଲେ । ଅଧିକ ପଢନ୍ତୁ...

କୋରୋନାକୁ ହରାଇ ଫେରିଲେ ଯୋଦ୍ଧା, ସ୍ବାଗତ କଲେ ପଡୋଶୀ
କୋରୋନାକୁ ହରାଇ ଫେରିଲେ ଯୋଦ୍ଧା, ସ୍ବାଗତ କଲେ ପଡୋଶୀ

ମୁମ୍ବାଇ: କୋରୋନା କବଳରେ କେବଳ ସାଧାରଣ ମଣିଷ ନୁହନ୍ତି ପୋଲିସଠାରୁ ଡାକ୍ତର ସମସ୍ତେ ପଡିଛନ୍ତି । ବିଶେଷ କରି ମୁମ୍ବାଇ ଓ ଦିଲ୍ଲୀରେ ଅଧିକାଂଶ ପୋଲିସ କର୍ମୀ ଏହି ମହାମାରୀର ଶିକାର ହୋଇଛନ୍ତି । ଦିନରାତି 24 ଘଣ୍ଟା ନିଜ ଜୀବନ ବିପଦରେ ପକାଇ ଲୋକଙ୍କ ସେବା କରୁଥିବା ପୋଲିସ କର୍ମୀ କୋଭିଡ 19ର ଶିକାର ହେବା ନିଶ୍ଚିତ ଚିନ୍ତାର ବିଷୟ ।

ତେବେ ନିକଟରେ ଜଣେ ପୋଲିସ ଅଫିସର ଏହି କୋରୋନାରୁ ସୁସ୍ଥ ହୋଇ ଫେରିବା ପରେ ତାଙ୍କୁ ପଡୋଶୀମାନେ ଭବ୍ୟ ସ୍ବାଗତ କରିଥିଲେ । ଏପରି ଲାଗିଥିଲା ଯେପରି ଜଣେ ଯୋଦ୍ଧା ଯୁଦ୍ଧ ଜିତି ଫେରିଛନ୍ତି । ଏହା ହେଉଛି ମୁମ୍ବାଇର ଓଶିୱାରା ପୋଲିସ ଷ୍ଟେସନରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ପୋଲିସ ଇନ୍ସପେକ୍ଟର କିରଣ ପାୱାଙ୍କ କାହାଣୀ ।

କୋରୋନାରେ ପୀଡିତ ହୋଇ ସେ ସେଭେନହିଲ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଶନିବାର ସେ ସୁସ୍ଥ ହେବା ପରେ ଘରକୁ ଫେରିଥିଲେ । ଆଉ ଏହି କୋରୋନା ଯୋଦ୍ଧାଙ୍କୁ ପଡୋଶୀମାନେ ଫୁଲ ପକାଇ ଓ ତାଳି ମାରି ସ୍ବାଗତ କରିଥିଲେ । ସେମାନେ କିରଣଙ୍କୁ ଚିଅର ଅପ୍ ମଧ୍ୟ କରିଥିଲେ । ପୋଲିସ ସୂଚନାନୁସାରେ ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ 1666 ପୋଲିସ କର୍ମୀ କୋରୋନା ଆକ୍ରାନ୍ତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.