ETV Bharat / bharat

ବିମାନ ଅପହରଣ ଧମକ ଦେଇ ଆଜୀବନ କାରାଦଣ୍ଡ ସହ ଗଣିଲେ 5 କୋଟି

2017ରେ ମୁମ୍ବାଇର ଜଣେ ବ୍ୟବସାୟୀ ଜେଟ ଏୟାରୱେଜର ଏକ ବିମାନରେ ଅପହରଣର ମିଥ୍ୟା ଧମକ ଦେଇଥିଲେ । ତେବେ ଏହି ମାମଲାରେ ଏନଆଇଏର ଏକ ବିଶେଷ ଅଦାଲତ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହିତ 5 କୋଟିର ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି  ।

author img

By

Published : Jun 11, 2019, 7:52 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ବିମାନ ଅପହରଣର ମିଥ୍ୟା ଧମକ ଦେବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । 2017ରେ ମୁମ୍ବାଇର ଜଣେ ବ୍ୟବସାୟୀ ଜେଟ ଏୟାରୱେଜର ଏକ ବିମାନରେ ଅପହରଣର ମିଥ୍ୟା ଧମକ ଦେଇଥିଲେ । ତେବେ ଏହି ମାମଲାରେ ଏନଆଇଏର ଏକ ବିଶେଷ ଅଦାଲତ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହିତ 5 କୋଟିର ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ତେବେ ଏହି ଜୋରିମାନା ରାଶିକୁ ଉକ୍ତ ବିମାନରେ ଯାତ୍ରା କରୁଥିବା କ୍ର୍ୟୁ ମେମ୍ବର ଏବଂ ଯାତ୍ରୀଙ୍କ ମଧ୍ୟରେ ବାଣ୍ଟିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ପାଇଲଟଙ୍କୁ ଏକ ଲକ୍ଷ, ଏୟାର ହୋଷ୍ଟେସଙ୍କୁ 50 ହଜାର ଏବଂ ପ୍ରତି ଯାତ୍ରୀଙ୍କୁ 25 ହଜାର ଲେଖାଏଁ କ୍ଷତିପୂରଣ ଦେବାକୁ କହିଛନ୍ତି ମାନନୀୟ ଅଦାଲତ ।

ସୂଚନା ଯୋଗ୍ୟ ଯେ, 30 ଅକ୍ଟୋବର 2017ରେ ଜେଟ ଏୟାରୱେଜର ଶୌଚାଳୟରେ ଏକ ଟିସୁ ପେପର ବାକ୍ସ ମିଳିଥିଲା । ଯେଉଁଥିରେ ହିନ୍ଦୀ ଏବଂ ଉର୍ଦ୍ଦୁରେ ବିମାନକୁ ଅପହରଣ କରିବାର ଧମକ ଭରା ଚିଠି ମିଳିଥିଲା । ତେବେ ଘଟଣା ପରେ ବିମାନକୁ ଅହମଦାବାଦ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା ।

ଘଟଣା ପରେ ପ୍ରଥମ ଥର ପାଇଁ କୌଣସି ବ୍ୟକ୍ତିକୁ ରାଷ୍ଟ୍ରୀୟ ଉଡାଣ ନିଷେଧ ସୂଚିରେ ସାମିଲ କରାଯାଇଥିଲା । ଏହା ପରେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

Intro:Body:

gggggggss

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.