ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଜିଓର ଅତିରିକ୍ତ ନିର୍ଦ୍ଦେଶକ ଭାବରେ ଯୋଗ ଦେଇଛନ୍ତି ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ଏକ ସହାୟକ କମ୍ପାନୀ ଜିଓ ପ୍ଲାଟଫର୍ମ ଗୁଡିକ ରିଲାଏନ୍ସ ଜିଓ ଇନଫୋକମ୍ ଅଧୀନରେ ଏହାର ଟେଲିକମ୍ ବ୍ୟବସାୟକୁ ଆରମ୍ଭ କରିଥିଲା । ଜିଓର ଏବେ ସୁଦ୍ଧା 388 ମିଲିଅନରୁ ଅଧିକ ଗ୍ରାହକ ରହିଛନ୍ତି । ଏହାସହ ଜିଓର ଅନ୍ୟାନ୍ୟ ପ୍ଲାଟଫର୍ମ ମଧ୍ୟ ରହିଛି ଯେପରିକି ଜିଓ ସିନେମା, ଜିଓ ସାଭନ, ଜିଓ ହାପ୍ଟିକ ।
25 ବର୍ଷର ଅନନ୍ତ ଅମ୍ବାନୀ ବ୍ରାଉନ ବିଶ୍ବବିଦ୍ୟାଳୟରେ ପାଠ ପଢୁଥିବାବେଳେ ତିନି ଅମ୍ବାନୀ ଭାଇଭଉଣୀଙ୍କ ମଧ୍ୟରୁ ସବୁଠାରୁ ସାନ । ତାଙ୍କ ଭାଇ ଭଉଣୀ ଆକାଶ ଏବଂ ଇଶା ଅମ୍ବାନୀ 2014ରେ ଟେଲିକମ୍ ଏବଂ ଖୁଚୁରା ଉଦ୍ୟୋଗ - ରିଲାଏନ୍ସ ଜିଓ ଇନଫୋକମ୍ ଏବଂ ରିଲାଏନ୍ସ ରିଟେଲର ବୋର୍ଡରେ ଯୋଗ ଦେଇଥିଲେ ଏବଂ ଜିଓ ପ୍ଲାଟଫର୍ମ ବୋର୍ଡରେ ମଧ୍ୟ ଯୋଗ ଦେଇଥିଲେ ।
ତେବେ ଏମିତି ସମୟରେ ଅନନ୍ତ ଅମ୍ବାନୀ ଯୋଗ ଦେଇଛନ୍ତି ଯେଉଁ ସମୟରେ ଜିଓ ପ୍ଲାଟଫର୍ମ ରିଲାଏନ୍ସ ଇଣ୍ଡଷ୍ଟ୍ରିକୁ ଋଣ ମୁକ୍ତ କରିବା ପାଇଁ ପାଣ୍ଠି ସଂଗ୍ରହରେ ଲାଗିଛି । ଗତ କିଛି ସପ୍ତାହ ମଧ୍ୟରେ, ଜିଓ ପ୍ଲାଟଫର୍ମଗୁଡିକ ପ୍ରାୟ 17.12% ଅଂଶଧନ ବିକ୍ରି କରି ଫେସବୁକ୍ ଏବଂ ସିଲଭର ଲେକ୍, ଭିସ୍ତା ଇକ୍ୱିଟି ପାର୍ଟନର୍ସ, ଜେନେରାଲ୍ ଆଟଲାଣ୍ଟିକ୍ ଏବଂ କେକେଆର୍ ଭଳି ଷ୍ଟ୍ରାଟେଜିକ୍ ନିବେଶକଙ୍କୁ ପ୍ରାୟ 78.562 କୋଟି ଟଙ୍କା ସଂଗ୍ରହ କରିଛି।
ଆସନ୍ତା 12 ରୁ 24 ମାସ ମଧ୍ୟରେ ତୈଳ-ଟେଲିକମ୍ କନଗ୍ଲୋରେଟ୍ ବିଶ୍ୱ ଷ୍ଟକ୍ ମାର୍କେଟରେ ଜିଓ ପ୍ଲାଟଫର୍ମ ତାଲିକାଭୁକ୍ତ କରିବ ବୋଲି ଆଶା କରାଯାଉଛି ।