ଭୋପାଳ: ମଧ୍ୟ୍ୟପ୍ରଦେଶର ବାଡୱାନି ଜିଲ୍ଲା ଇନ୍ଧ୍ରଭବନ ପରିସରରୁ ଏକ ହାଣ୍ଡିଭର୍ତ୍ତି ରୂପା ମୁଦ୍ରା ଜବତ ହୋଇଛି । ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଜବତ ମୁଦ୍ରାର ମୂଲ୍ୟ 14 ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି ।
ଇନ୍ଦ୍ର ଭବନ ପରିସରରେ ଥିବା ଏକ ଲଜର ପଛ ପଟ ଖୋଳିବା ସମୟରେ ଏକ ତମ୍ବା ହାଣ୍ଡିଭର୍ତ୍ତି ଥିବା ରୂପା ମୁଦ୍ରା ପୋଲିସ ଜବତ କରିଛି । ଯାହାର ଓଜନ 27 କିଲୋଗ୍ରାମ 300 ଗ୍ରାମ ରହିଛି । ମୁଦ୍ରା ଗୁଡିକ ପ୍ରାୟ 12ରୁ 17ବର୍ଷ ତଳର ହେବ ବୋଲି ଅନୁମାନ କରାଯାଉଛି । ମିଳିଥିବା ମୁଦ୍ରାରେ ଆରବୀୟ ପାର୍ସୀ ଭାଷା ଲେଖାଥିବାର ଦେଖିବାକୁ ମିଳିଛି । ବଜାରରେ ମୁଦ୍ରାଗୁଡିକର ମୂଲ୍ୟ ପ୍ରାୟ 14 ଲକ୍ଷରୁ ଅଧିକ ହେବ ବୋଲି କହିଛନ୍ତି ପୋଲିସ ଏସଡିଓପି ରୂପରେଖା ୟାଦବ । ଜଣେ ଯୁବକ ଏହି ମୁଦ୍ରାଗୁଡିକୁ ନିଜ ଘରେ ଲୁଚାଇ ଦେଇଥିଲା ।
ତେବେ ରୂପା ମୁଦ୍ରା ସେ ଜାଗାକୁ କିପରି ଆସିଲା ଘଟଣାର ପୋଲିସ ତଦନ୍ତ ଜାରି ରଖିଛି ।