ନୂଆଦିଲ୍ଲୀ: ରାଜ୍ୟରେ ଥିବା ବିଭିନ୍ନ ଖଣିର ରୟାଲିଟି ସଂଶୋଧନ ଶୀଘ୍ର କରିବାକୁ ରାଜ୍ୟସଭାରେ ଦାବି । ଆଜି ରାଜ୍ୟସଭାରେ ଏ ଦାବି ଉଠାଇଛନ୍ତି ବିଜେଡି ସାଂସଦ ସରୋଜିନୀ ହେମ୍ବ୍ରମ୍ ।
ରୟାଲିଟି ସଂଶୋଧନ ପ୍ରତି 3 ବର୍ଷରେ ହେବାକୁ ନିୟମ ଥିବାବେଳେ କେନ୍ଦ୍ରସରକାର 2014 ସେପ୍ଟେମ୍ବରରେ ଏହା କରିଥିଲେ । ଏହା ପରେ ଆଉ ସରକାର ଖଣି ରୟାଲିଟି ସଂଶୋଧନ କରିନାହାଁନ୍ତି । ଫଳରେ ଖଣି ରାଜସ୍ବରେ କ୍ଷତି ସହୁଛି ରାଜ୍ୟ । ଏନେଇ ଅନେକ ଥର ରାଜ୍ୟ ସରକାର ଚିଠି ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏହା ହେଉନଥିବାରୁ ଏହା ଉପରେ ଧ୍ୟାନ ଦେବାକୁ ସରୋଜିନୀ କହିଛନ୍ତି ।