ETV Bharat / bharat

ସିଏଏ ସମର୍ଥନରେ କଂଗ୍ରେସ ବିଧାୟକ, ଧନ୍ୟବାଦ ଦେଲେ ଶିବରାଜ - ongress mla support caa

ମଧ୍ୟ ପ୍ରଦେଶର କଂଗ୍ରେସ ବିଧାୟକ ହରଦୀପ ସିଂହ ଡାଙ୍ଗ ସିଏଏକୁ ନେଇ ଦଳ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ମତ ରଖିଛନ୍ତି। ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ସମସ୍ୟାର ସମ୍ମୁଖୀନ ହେଉଥିବା ବ୍ୟକ୍ତିଙ୍କୁ ଏଠାରେ ସୁବିଧା ମିଳୁଛି ତ ଏଥିରେ କୌଣସି ଆପତ୍ତି ନରହିବା ଉଚିତ ବୋଲି ସେ କହିଛନ୍ତି।

ongress-mla-support caa
କଂଗ୍ରେସ ବିଧାୟକଙ୍କୁ ଧନ୍ୟବାଦ ଦେଲେ ଶିବରାଜ
author img

By

Published : Jan 12, 2020, 5:49 PM IST

ଭୋପାଲ: ନାଗରିକତା ସଂଶୋଧନ ଆଇନ୍‌କୁ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ କରାଯାଉଥିବା ବେଳେ ସେହି ଦଳର ହିଁ ଜଣେ ବିଧାୟକ ଏହାର ସମଥର୍ନ କରିଛନ୍ତି। ଯାହା କଂଗ୍ରେସକୁ ଅଡୁଆରେ ପକାଇଛି । ମଧ୍ୟ ପ୍ରଦେଶର କଂଗ୍ରେସ ବିଧାୟକ ହରଦୀପ ସିଂହ ଡାଙ୍ଗ ସିଏଏକୁ ନେଇ ଦଳ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ମତ ରଖିଛନ୍ତି।

ମଧ୍ୟପ୍ରଦେଶର ମନ୍ଦସୋର ଜିଲ୍ଲାର ସୁବାସରାରୁ କଂଗ୍ରେସ ବିଧାୟକ ହରଦୀପ ସିଂହ ଡାଙ୍ଗ ସିଏଏ ସମର୍ଥନରେ କହିଛନ୍ତି, ସିଏଏକୁ ଲାଗୁ କରିବା ଦ୍ବାରା କୌଣସି କ୍ଷତି ହେବନାହିଁ। ସିଏଏ ଏବଂ ଏନଆରସି ଉଭୟକୁ ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ଦେଖାଯାଇ ପାରିବ। ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରେ ସମସ୍ୟାର ସମ୍ମୁଖୀନ ହେଉଥିବା ବ୍ୟକ୍ତିଙ୍କୁ ଏଠାରେ ସୁବିଧା ମିଳୁଛି ତ ଏଥିରେ କୌଣସି ଆପତ୍ତି ନରହିବା ଉଚିତ ବୋଲି ସେ କହିଛନ୍ତି ।

ସେପଟେ କଂଗ୍ରେସ ବିଧାୟଙ୍କର ଏଭଳି ମନ୍ତବ୍ୟ ପାଇଁ ତାଙ୍କୁ ଟ୍ବିଟ କରି ଧନ୍ୟବାଦ ଜଣାଇଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଶିବରାଜ ସିଂହ ଚୌହାନ। ଏହା ସହିତ ତାଙ୍କଠାରୁ କିଛି ଶିଖିବା ପାଇଁ ଅନ୍ୟ କଂଗ୍ରେସ ନେତାଙ୍କୁ ପରାମର୍ଶ ଦେଇଛନ୍ତି ସେ।

କଂଗ୍ରେସର ବିଚାରଧାରା ବିରୋଧରେ ଯାଇ ଜଣେ ନେତା ମନ୍ତବ୍ୟ ଦେଇଥିବା ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ହରଦୀପ ସିଂହଙ୍କ ସମେତ ଦଳର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିଥିଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.