ETV Bharat / bharat

ଅଯୋଧ୍ୟା ରାମ ମନ୍ଦିର ଭିତ୍ତି ପ୍ରସ୍ତର ଦିନ ଆସିବ ମହାକାଳେଶ୍ବର ମନ୍ଦିରରୁ ଭସ୍ମ - Bhasma from Mahakaleshwar temple will be sent to Ayodhya for Ram temple

ଉଜୈନର ମହାକାଳ ବନରୁ ମାଟି ଏବଂ ବିଶ୍ବ ପ୍ରସିଦ୍ଧ ଜ୍ୟୋତିରିଙ୍ଗ ମହାକାଳ ମନ୍ଦିରର ଭସ୍ମ ମଧ୍ୟ ଅଯୋଧ୍ୟା ରାମ ମନ୍ଦିର ଭିତ୍ତିପ୍ରସ୍ତର ସ୍ଥାପନ ପୂଜା ପାଇଁ ଅଯୋଧ୍ୟାକୁ ପଠାଯିବ ।

Ayodhya for Ram temple
ବିଶ୍ବ ହିନ୍ଦୁ ପରିଷଦର କେନ୍ଦ୍ରୀୟ ମାର୍ଗଦର୍ଶକ ସଦସ୍ୟ
author img

By

Published : Jul 24, 2020, 6:05 PM IST

ଭୋପାଳ: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଆସନ୍ତା ଅଗଷ୍ଟ 5ରେ ଭିତ୍ତିପ୍ରସ୍ତର ସ୍ଥାପନ ନେଇ ଦିନ ଧାର୍ଯ୍ୟ ହୋଇଛି । ଯେଉଁଥିପାଇଁ ଉଜୈନର ମହାକାଳ ଜଙ୍ଗଲରୁ ମାଟି ଏବଂ ମହାକାଳ ମନ୍ଦିରରୁ ଭସ୍ମ ଆସିବ ବୋଲି ଜଣାପଡିଛି ।

ଅଯୋଧ୍ୟା ରାମ ମନ୍ଦିର ସହ ଦେଶର କୋଟିକୋଟି ଲୋକଙ୍କ ଆସ୍ଥା ଜଡିତ ଅଛି । ଅଯୋଧ୍ୟାର ରାମ ମନ୍ଦିର ଯାହାର ଭିତ୍ତି ପ୍ରସ୍ଥର ପୂଜା ପାଇଁ ଅଗଷ୍ଟ 5 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସାମିଲ ହେବେ । ମାତ୍ର ଏଠାରେ ବଡ କଥା ହେଉଛି ଯେ, ଉଜୈନର ମହାକାଳ ବନରୁ ମାଟି ଏବଂ ବିଶ୍ବ ପ୍ରସିଦ୍ଧ ଜ୍ୟୋତିରିଙ୍ଗ ମହାକାଳ ମନ୍ଦିରର ଭସ୍ମ ମଧ୍ୟ ପୂଜା ପାଇଁ ଅଯୋଧ୍ୟାକୁ ପଠାଯିବ।

ବିଶ୍ବାସ ରହିଛି ଯେ, ଭଗବାନ ରାମ ଉଜୈନ ଆସିଥିଲେ । ସେଠାରେ ସେ ସିପ୍ରାନଦୀର ଏକ ଘାଟରେ ପୂଜାର୍ଚ୍ଚନା କରିଥିଲେ । ଯାହା ପରେ ସିପ୍ରାନଦୀର ଏହି ଘାଟର ନାମ ମଧ୍ୟ ରାମ ଘାଟ ରଖାଯାଇଛି । ଏବେ ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଯେଉଁଥିପାଇଁ 5 ଅଗଷ୍ଟରେ ଭିତ୍ତି ପ୍ରସ୍ଥର ପାଇଁ ଭୂମି ପୂଜନ ହେବ । ଏଥିପାଇଁ ପୂଜାରେ ଉଜୈନର ମହାକାଳ ବନରୁ ମାଟି ଓ 12 ଜ୍ୟୋତିଲିଙ୍ଗରୁ ଗୋଟେ ଉଜୈନର ମହାକାଳେଶ୍ବର ମନ୍ଦିରରେ ଭସ୍ମଏବଂ ବେଲପତ୍ର ମଧ୍ୟ ଅଯୋଧ୍ୟାର ରାମ ମନ୍ଦିରରେ ପୂଜନ ପାଇଁ ପଠାଯିବ ।

ଆହାନ ଆଖାଡାର ମହାକାଳେଶ୍ବର ଏବଂ ବିଶ୍ବ ହିନ୍ଦୁ ପରିଷଦର କେନ୍ଦ୍ରୀୟ ମାର୍ଗଦର୍ଶକ ସଦସ୍ୟ ମହାମଣ୍ଡଳେଶ୍ବର ଆଚାର୍ଯ୍ୟ ଶେଖର ସୂଚନା ଦେବାକୁ ଯାଇ କହିଛନ୍ତି ଯେ, ସମ୍ଭବତଃ 2 କିମ୍ବା 3 ତାରିଖରେ ଉଜୈନ ସିପ୍ରାନଦୀରେ ସ୍ନାନ ଧ୍ୟାନ ପୂଜାର୍ଚ୍ଚନା କରିବା ପରେ ମହାକାଳ ବନର ମାଟି ଓ ମହାକାଳ ମନ୍ଦିରର ଭସ୍ମ ନେଇ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ, ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.