ବେଙ୍ଗାଲୁରୁ: ଦୁଇ ଝିଅ ସହ ଆତ୍ମହତ୍ୟା କଲା ମା । କର୍ଣ୍ଣାଟକର ବେଲାଗାଭି ଜିଲ୍ଲାର ରାମଦୁର୍ଗା ଥାନା ଅଞ୍ଚଳରେ ମା ଦୁଇ ଝିଅ ସହ ହ୍ରଦକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ କର୍ଣ୍ଣାଟକର ବେଲାଗାଭି ଜିଲ୍ଲାର ରାମଦୁର୍ଗା ଥାନା ଅନ୍ତର୍ଗତ ହନୁମାପୁରରେ ମା ନିଜର ଦୁଇ ଝିଅ ସହ ହ୍ରଦକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମା ଲକ୍ଷ୍ମାଭା ଭଦାର (35) ନଦୀକୁ ଡେଇଁବା ପୂର୍ବରୁ ନିଜର ଦୁଇ ଶିଶୁ କିର୍ଥୀ (10), ଶ୍ରାବଣୀ( 3) ନଦୀକୁ ଫିଙ୍ଗିଥିଲା । ତାଙ୍କର ମୃତ୍ୟୁପରେ ସେ ନିଜେ ନଦୀକୁ ଡେଇଁ ଆତ୍ମହତ୍ୟା କରିଛି । ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନାହିଁ ।
ଘଟଣାସ୍ଥଳରେ ରାମଦୁର୍ଗା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ମାମଲା ରୁଜୁ କରିଛି ତଦନ୍ତ ଜାରି ରଖିଛି ।