ETV Bharat / bharat

ପ୍ରତି ବିଧାନସଭା ଆସନର ୫ଟି ବୁଥରେ ହେବ ଇଭିଏମ-ଭିଭିପାଟର ନିରୀକ୍ଷଣ

ଲୋକସଭା ନିର୍ବାଚନରେ ଇଭିଏମ ଓ ଭିଭିପାଟର ନିରୀକ୍ଷଣକୁ ୫ ଗୁଣା ବୃଦ୍ଧି କରିଛନ୍ତି ଦେଶର ସର୍ବୋଚ୍ଚ କୋର୍ଟ । ଲୋକସଭା ନିର୍ବାଚନରେ ପ୍ରତି ବିଧାନସଭା ଆସନରେ ଗୋଟିଏ ବୁଥ ପରିବର୍ତ୍ତେ ୫ଟି ବୁଥରେ ଭିଭିପାଟ ଚିରକୁଟର ପରୀକ୍ଷଣ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

author img

By

Published : Apr 8, 2019, 6:48 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ଇଭିଏମ ଓ ଭିଭିପାଟର ନିରୀକ୍ଷଣକୁ ୫ ଗୁଣା ବୃଦ୍ଧି କରିଛନ୍ତି ଦେଶର ସର୍ବୋଚ୍ଚ କୋର୍ଟ । ଲୋକସଭା ନିର୍ବାଚନରେ ପ୍ରତି ବିଧାନସଭା ଆସନରେ ଗୋଟିଏ ବୁଥ ପରିବର୍ତ୍ତେ ୫ଟି ବୁଥରେ ଭିଭିପାଟ ଚିରକୁଟର ପରୀକ୍ଷଣ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ମତଦାତାଙ୍କ ବିଶ୍ବାସ ଓ ନିର୍ବାଚନୀ ପ୍ରକ୍ରିୟାର ବିଶ୍ବାସନୀୟତାକୁ ଧ୍ୟାନରେ ଭିଭିପାଟ ଚିରକୁଟର ପରୀକ୍ଷଣ ହେଉଥିବା ନମୁନା ବୃଦ୍ଧି କରାଯାଉଛି ବୋଲି କୋର୍ଟ କହିଛନ୍ତି ।

୨୧ ବିରୋଧୀ ଦଳଙ୍କ ଯାଚିକା ଉପରେ ଶୁଣାଣି କରି ସର୍ବୋଚ୍ଚ କୋର୍ଟ ଏହି ଆଦେଶ ଦେଇଛନ୍ତି । ଅନ୍ୟପକ୍ଷେ ଜଣେ ଆଇନଜୀବୀ ଏହି ମାମଲାକୁ ଲମ୍ବିତ ରଖିବା ପାଇଁ କୋର୍ଟକୁ ଅନୁରୋଧ କରିଥିଲେ । ଯାହାର ଜବାବରେ କୋର୍ଟ କହିଛନ୍ତି ଯେ ଏହି ଯାଚିକାକୁ ଲମ୍ବିତ ରଖି ହେବନାହିଁ । କାରଣ ଏପ୍ରିଲ ୧୧ରୁ ମତଦାନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି ।

ସେହିପରି ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟର ଆଦେଶକୁ ସର୍ବମାନ୍ୟ କହିଛନ୍ତି । କୋର୍ଟର ଆଦେଶକୁ ଅନୁପାଳନ କରିବା ପାଇଁ ଆୟୋଗ ଅତିଶୀଘ୍ର ପଦକ୍ଷେପ ନେବ ବୋଲି କହିଛି । ବର୍ତ୍ତମାନ କେବଳ ଗୋଟିଏ ଇଭିଏମ ଓ ଭିଭିପାଟ ଚିରକୁଟର ନିରୀକ୍ଷଣ ହେଉଥିଲା । କୋର୍ଟର ଆଦେଶ ପୂର୍ବରୁ ନିର୍ବାଚନ ଆୟୋଗଙ୍କୁ ୪୧୨୫ ଇଭିଏମ ଓ ଭିଭିପାଟର ନିରୀକ୍ଷଣ କରିବାକୁ ପଡିଥାନ୍ତା । ମାତ୍ର କୋର୍ଟର ଏହି ଆଦେଶ ପରେ ୨୦,୨୬୫ ଇଭିଏମ ଓ ଭିଭିପାଟର ନିରୀକ୍ଷଣ କରିବାକୁ ପଡିବ ।

Intro:Body:

lasklkla

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.