ETV Bharat / bharat

ଆକାଶରେ ବିପଦ, ଅନିୟନ୍ତ୍ରିତ ଭାବେ ଉଡୁଛନ୍ତି 6 ଲକ୍ଷ ଡ୍ରୋନ

ଭାରତ ଆକାଶରେ ଅନିୟନ୍ତ୍ରିତ ଭାବେ ଉଡୁଛନ୍ତି 6 ଲକ୍ଷ ଡ୍ରୋନ । ଯାହାକୁ ଗୁଇନ୍ଦା ବିଭାଗର ଚିନ୍ତା ବଢାଇଦେଇଛି । ସାଉଦି ଆରବରେ ପେଟ୍ରୋଲିୟମ କମ୍ପାନୀରେ ଡ୍ରୋନ ଆଟାକ ହେବା ପରେ ଭାରତ ଏବେ ସତର୍କ ହୋଇଯାଇଛି । ଏଥିଯୋଗୁଁ ଭାରତ ଏବେ ନୂତନ ପ୍ରଯୁକ୍ତି ବିଦ୍ୟା ଯୋଜନା କରିଛି । ଯାହାଦ୍ବାରା ଡ୍ରୋନକୁ ନିଷ୍କ୍ରିୟ କରିହେବ ।

author img

By

Published : Sep 30, 2019, 5:26 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଦେଶ ପାଇଁ ଡ୍ରୋନ ଏବେ ଚିନ୍ତାର ବିଷୟ ପାଲଟିଛି । ନିକଟରେ ପାକିସ୍ତାନ ଡ୍ରୋନ ଜରିଆରେ ପଞ୍ଜାବ ସୀମାରେ ଅସ୍ତ୍ରଶସ୍ତ୍ର ପକାଇବା ଏବଂ ସାଉଦି ଆରବର ବୃହତ୍ତ ପେଟ୍ରୋଲିୟମ କମ୍ପାନୀରେ ଡ୍ରୋନ ଆଟାକ ହେବା ପରେ ଭାରତୀୟ ଗୁଇନ୍ଦା ବିଭାଗର ନିଦ ଉଡିଯାଇଛି । ଡ୍ରୋନ ଦ୍ବାରା ହେଉଥିବା ଆକ୍ରମଣକୁ ନେଇ ଗୁଇନ୍ଦା ବିଭାଗ ଏବେ ସତର୍କ ହୋଇଯାଇଛି । ଆମ ଦେଶରେ 6 ଲକ୍ଷ ଡ୍ରୋନ ସକ୍ରିୟ ଅଛନ୍ତି । ଏଗୁଡିକ ଆକାଶରେ ଅନିୟନ୍ତ୍ରିତ ଭାବେ ଉଡୁଛନ୍ତି । ଏହାକୁ ରୋକିବା ପାଇଁ ଏବଂ ଡ୍ରୋନ ଆକ୍ରମଣରୁ କିପରି ସୁରକ୍ଷିତ ରହିବା ସେନେଇ ଗୁଇନ୍ଦା ବିଭାଗ ବିଚାରବିମର୍ଶ ଆରମ୍ଭ କରିଛି ।

ଅଧିକାରୀଙ୍କ ସୂଚନା ମୁତାବକ ଆକାଶରେ ଉଡୁଥିବା ଅନିୟନ୍ତ୍ରିତ ଡ୍ରୋନକୁ ନେଇ କିଛି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ‘ସ୍କାଏ ଫେନ୍ସ, ‘ଡ୍ରୋନ୍ ଗନ୍’, ‘ଆଥେନା’, ‘ଡ୍ରୋନ୍ କ୍ୟାଚର’ ଏବଂ ‘ସ୍କାଏୱାଲ 100’ ଭଳି ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ଉପଯୋଗ କରି ଉକ୍ତ ସନ୍ଦିଗ୍ଧ ଡ୍ରୋନର ଉଡ଼ାଣ ଏବଂ ଆକ୍ରମଣକୁ ରୋକାଯାଇପାରିବ । ଏଥିପାଇଁ ସୁରକ୍ଷା ଏଜେନ୍ସି ଯୋଜନା ଚଳାଇଛନ୍ତି । ଡ୍ରୋନକୁ ସିଧାସଳଖ ନଷ୍ଟ କରିହେବ ନାହିଁ । କିନ୍ତୁ ଏହାର ବିକଳ୍ପ ଯୋଜନା ପ୍ରସ୍ତୁତ କରାଯାଉଛି । ଯେପରିକି ଡ୍ରୋନ ଗନ ରେଡିଓ, ଜିପିଏସ, ଡ୍ରୋନର ସିଗନାଲକୁ ଟ୍ରାକିଂ କରି ସକ୍ରିୟ ଡ୍ରୋନକୁ ନିଷ୍କ୍ରିୟ କରିହେବ ।

ସୂଚନା ଅନୁଯାୟୀ ଆକାଶରେ ଅନିୟନ୍ତ୍ରିତ ଭାବେ ଉଡ଼ୁଥିବା ଡ୍ରୋନ, ମାନବବିହୀନ ଯାନ, ରିମୋଟ୍‌ରେ ପରିଚାଳିତ ବିମାନଗୁଡ଼ିକ ଦେଶର ଗୁରୁତ୍ବପୂର୍ଣ୍ଣ ଏବଂ ସମ୍ବେଦନଶୀଳ ପ୍ରତି‌ଷ୍ଠାନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ତେଣୁ ଡ୍ରୋନ୍ ଜନିତ ସମ୍ଭାବ୍ୟ ବିପଦକୁ ହଟାଇବା ପାଇଁ ଗୁଇନ୍ଦା ବିଭାଗ ଯୋଜନା କରୁଛି। ସେପଟେ ଅଧିକାରୀଙ୍କ ସୂଚନା ମୁତାବକ ଯଦି ଶକ୍ତିଶାଳୀ ଡ୍ରୋନକୁ ନଷ୍ଟ କରିବା ପାଇଁ ବଡ ଧରଣର ଆକ୍ସନ ନିଆଯାଏ ତେବେ ତାହା ଦେଶ ପ୍ରତି ବିପଦ ହୋଇପାରେ ।

ଏଠାରେ ଡ୍ରୋନର ସିଗନାଲକୁ ପ୍ରଥମେ ଦୁର୍ବଳ କରିବାକୁ ପଡିବ । ଫଳରେ ଡ୍ରୋନ୍ ତାହାର ଲକ୍ଷ୍ୟସ୍ଥଳରେ ପହଞ୍ଚି କୌଣସି କ୍ଷୟକ୍ଷତି ଘଟାଇବା ପୂର୍ବରୁ ତଳକୁ ଖସି ପଡ଼ିବ। ଏଥିଲାଗି ଅଷ୍ଟ୍ରେଲିଆ ପକ୍ଷରୁ ଏକ ପ୍ରଯୁକ୍ତି ବିକଶିତ କରାଯାଉଛି। ଯାହାକୁ ‘ସ୍କାଏ ଫେନ୍ସ’ କୁହାଯାଉଛି । ୨ କିମି ଦୂରତା ମଧ୍ୟରେ ଏହି ପ୍ରଯୁକ୍ତି ତାହାର କାର୍ଯ୍ୟ ସାଧନ କରିପାରିବ ବୋଲି କୁହାଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.