ETV Bharat / bharat

ଇଣ୍ଟରନେଟ କ'ଣ ଜାଣିନାହାଁନ୍ତି ଦେଶର 60%ରୁ ଊର୍ଦ୍ଧ୍ବ ମହିଳା

ମହିଳାମାନେ ଯାଇ କେଉଁଠି ପହଞ୍ଚିଲେଣି । ହେଲେ ଆଜି ବି ଆମ ଦେଶର 60 ପ୍ରତିଶତ ମହିଳା ଜାଣିନାହାଁନ୍ତି ଇଣ୍ଟରନେଟ କଣ ?

ଇଣ୍ଟରନେଟ କଣ ?  ଜାଣିନାହାନ୍ତି ଦେଶର 60 %ରୁ ଉର୍ଦ୍ଧ୍ବ  ମହିଳା

author img

By

Published : Dec 15, 2020, 8:51 PM IST

ନୂଆଦିଲ୍ଲୀ ଦେଶର 12 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 60 ପ୍ରତିଶତ ମହିଳା ବ୍ୟବହାର କରନ୍ତି ନାହିଁ ଇଣ୍ଟରନେଟ । ଏମାନେ କଦାପି ଇଣ୍ଟରନେଟ ସେବା ବ୍ୟବହାର କରୁନଥିବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣର ଏକ ସର୍ଭରେ ଏହା ପ୍ରକାଶ ପାଇଛି ।

ଏହି ସର୍ଭେ ମୁତାବକ, ଏହି ରାଜ୍ୟଗୁଡିକ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳରେ ମାତ୍ର 40 ପ୍ରତିଶତ ମହିଳା ଇଣ୍ଟରନେଟର ବ୍ୟବହାର କରିଥାନ୍ତି । ତେବେ ଇଣ୍ଟରନେଟ ବ୍ୟବହାର କରୁଥିବା ରାଜ୍ୟ ମାନଙ୍କ ମଧ୍ୟରେ 38 ପ୍ରତିଶତ ସହିତ ଆଗରେ ରହିଛି ମହାରାଷ୍ଟ୍ର । 20.6 ପ୍ରତିଶତ ସହିତ ପଛରେ ରହିଛି ବିହାର ।

ସେହିପରି ଆସାମରେ ମାତ୍ର 28.2 ମହିଳାମାନେ ଇଣ୍ଟରନେଟର ବ୍ୟବହାର କରନ୍ତି । ଆନ୍ଧ୍ରପ୍ରଦେଶରେ 21, ଗୁଜୁରାଟରେ 30.8, କର୍ଣ୍ଣାଟକରେ 35 , ମେଘାଳୟରେ 34.7 ,ତେଲେଙ୍ଗାନାରେ 26.5, ତ୍ରିପୁରାରେ 22.9 , ପଶ୍ଚିମବଙ୍ଗରେ 25.5 ପ୍ରତିଶତ ମହିଳା ଇଣ୍ଟରନେଟର ବିଷୟରେ ଅବଗତ ହେବା ସହ ଏହାକୁ ବ୍ୟବହାର କରନ୍ତି । କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ମଧ୍ୟରେ ଦାଦ୍ରା ଏବଂ ନଗର ହାବେଳୀ ଓ ଡାମନ ଡିଉରେ 36.7 ଓ ଆଣ୍ଡାମାନ ନିକୋବରରେ 34.8 ପ୍ରତିଶତ ଇଣ୍ଟରନେଟ ୟୁଜର୍ସ ଅଛନ୍ତି ।

ଏହି ସର୍ଭେରୁ ଆହୁରି ଜଣାପଡିଛି ଯେ, ମହିଳାଙ୍କ ତୁଳନାରେ ପୁରୁଷମାନେ ଅଧିକ ଇଣ୍ଟରନେଟ ବ୍ୟବହାର କରନ୍ତି । ସର୍ଭେ ଅନୁସାରେ, 7 ରାଜ୍ୟରେ ପ୍ରାୟ 50 ହଜାର ପୁରୁଷମାନେ ଇଣ୍ଟରନେଟରେ କାମ କରନ୍ତି ।

ଏହି ରାଜ୍ୟଗୁଡିକରେ ଆନ୍ଧ୍ରପ୍ରଦେଶରେ 48.8, ଆସାମରେ 42.3 , ବିହାରରେ 43.6 , ମେଘାଳୟରେ 42.1, ତ୍ରିପୁରାରେ 45.7, ପଶ୍ଚିମବଙ୍ଗରେ 46.7 ସହିତ ଆଣ୍ଡାମାନ-ନିକୋବରରେ 46.5 ପ୍ରତିଶତ ପୁରୁଷ ଇଣ୍ଟରନେଟ ସେବା ୟୁଜ କରନ୍ତି ।

ସର୍ଭେ ଅନୁଯାୟୀ ଆନ୍ଧ୍ରପ୍ରଦେଶରେ 68.6 ପ୍ରତିଶତ, ବିହାରରେ 57.8 ପ୍ରତିଶତ ଏବଂ ତେଲେଙ୍ଗାନା 66.6 ପ୍ରତିଶତ ମହିଳାଙ୍କ ସାକ୍ଷରତା ହାର ସର୍ବନିମ୍ନ ଥିବାବେଳେ କେରଳ 98.3 ପ୍ରତିଶତ, ଲାକ୍ଷାଦ୍ବୀପ 96.5 ପ୍ରତିଶତ ଏବଂ ମିଜୋରାମରେ 94.4 ପ୍ରତିଶତ ମହିଳା ସାକ୍ଷରତା ହାର ସର୍ବାଧିକ ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.