ETV Bharat / bharat

24 ଘଣ୍ଟାରେ ବିଶ୍ବବ୍ୟାପୀ 54900 କୋଭିଡ୍ ମାମଲା ଚିହ୍ନଟ, ମୃତ୍ୟୁସଂଖ୍ୟା 2268 - 24 ଘଣ୍ଟାରେ ବିଶ୍ବବ୍ୟାପୀ 54900 କୋଭିଡ୍ ମାମଲା ଚିହ୍ନଟ

କୋରୋନା ଭାଇରସ ଦ୍ବାରା ବିଶ୍ବବ୍ୟାପୀ 24 ଘଣ୍ଟା ମଧ୍ୟରେ 54,900 ଲୋକ ଆକ୍ରାନ୍ତ ହୋଇଛନ୍ତି। ସେହିପରି 2,260ଜଣ ପ୍ରାଣ ହରାଇଛନ୍ତି ବୋଲି କୋଭିଡ୍ 19 ଡାଟା ୱାର୍ଲ୍ଡ ମିଟର ୱେବସାଇଟରେ ପ୍ରକାଶିତ ହୋଇଛି। ଅଧିକ ଖବର ପଢନ୍ତୁ

24 ଘଣ୍ଟାରେ ବିଶ୍ବବ୍ୟାପୀ 54900 କୋଭିଡ୍ ମାମଲା ଚିହ୍ନଟ, ମୃତ୍ୟୁସଂଖ୍ୟା 2268

author img

By

Published : May 18, 2020, 8:45 AM IST

ନୂଆଦିଲ୍ଲୀ: ଲାଗିରହିଛି କୋରୋନା କହର। ଭାଇରସ କୋପରେ ଅଣନିଶ୍ବାସୀ ବିଶ୍ବବାସୀ। ବିଂଶ ଶତାଦ୍ଧୀରେ ଏକ ଭାଇରସ ଲୋକଙ୍କୁ ନାକରେ ପାଣି ପିଏଇବା ସହ ନାକେଦମ କରିସାରିଲାଣି। ତଥାପି ହାର ମାନିନି ମଣିଷ ସମାଜ । ଏବେ ଦେଶବ୍ୟାପୀ ଚାଲିଛି ଭାଇରସ ସହ ମଣିଷର ଅଦୃଶ୍ୟ ଯୁଦ୍ଧ। ତେବେ ଏହାର ଅବସାନ କେବେ ଘଟିବ କେହି ଜାଣିନଥିବା ବେଳେ ସମସ୍ତେ ଭ୍ୟାକ୍ସିନ ଅପେକ୍ଷାରେ ରହିଛନ୍ତି।

ଦିନକୁ ଦିନ ବିସ୍ତାର ଲାଭକରୁଥିବା ଏହି ଭାଇରସ ଦ୍ବାରା 24 ଘଣ୍ଟାରେ 54,900 ଲୋକ ବିଶ୍ବବ୍ୟାପୀ ଆକ୍ରାନ୍ତ ହୋଇଛନ୍ତି। ସେହିପରି 2,260ଜଣ ପ୍ରାଣ ହରାଇଛନ୍ତି ବୋଲି କୋଭିଡ୍ 19 ଡାଟା ୱାର୍ଲ୍ଡ ମିଟର ୱେବସାଇଟରେ ପ୍ରକାଶିତ ହୋଇଛି।

ରବିବାର (ମଇ 17, 2020) 11:45 ସୁଦ୍ଧା, ବିଶ୍ବରେ ସମୁଦାୟ ଭାଇରସ୍ ସଂକ୍ରମଣ ସଂଖ୍ୟା 47,71,910 କୁ ବୃଦ୍ଧି ପାଇଛି ଓ ମୃତ୍ୟୁ ସଂଖ୍ୟା 3,15,170ରେ ପହଞ୍ଚିଛି। ସେହିପରି 18,44,030 ରୁ ଉର୍ଦ୍ଦ୍ବ ଲୋକ ଏହି ଜୀବାଣୁରୁ ସୁସ୍ଥ ହୋଇଛନ୍ତି।

ପାଖାପାଖି 15,15,310 ସହିତ ଆମେରିକା ଦୁନିଆର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଦେଶ ଭାବେ ଉଭା ହୋଇଛି। ଆମେରିକା ରବିବାର ଦିନ 7,530 ସଂଖ୍ୟକ ସଂକ୍ରମଣ ରେକର୍ଡ କରାଯାଇଛି।

ସେହିପରି ଗତ 24 ଘଣ୍ଟା ମଧ୍ୟରେ ରଷିଆ ଦୁନିଆରେ ସର୍ବାଧିକ ସଂଖ୍ୟକ ମାମଲା ଦେଖିଥିବା ବେଳେ ଦ୍ବିତୀୟ ସର୍ବାଧିକ ମାମଲାରେ ରହିଛି ସ୍ପେନ। ରବିବାର ଦିନ ରଷିଆରେ 9,700 ମାମଲା ଥିବା ବେଳେ ଦେଶରେ ସର୍ବମୋଟ 2,81,750 ମାମଲା ନିଶ୍ଚିତ ହୋଇଛି।

ଏପଟେ ସ୍ପେନରେ 1,210 ଟି ନୂଆ ମାମଲାସହ ସର୍ବମୋଟ 2,77,710 କୁ ନେଇଥିବା ବେଳେ 3,142 ଟି ନୂଆ ମାମଲା ସହ ବ୍ରିଟେନର ମୋଟ ସଂକ୍ରମଣ ସଂଖ୍ୟା 2,43,300 ରେକର୍ଡ ହୋଇଛି। ବ୍ରାଜିଲ ଗୋଟିଏ ଦିନରେ 500 ରୁ ଅଧିକ ନୂଆ ମାମଲା ସହ ଦେଶରେ ମୋଟ ପଜିଟିଭ୍ କେସ 2,33,645 କୁ ବୃଦ୍ଧି ପାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.