ହାଇଦ୍ରାବାଦ: ସାରାବିଶ୍ବବାସୀଙ୍କୁ ଏବେ କୋରୋନା ଭୟ । ଏଭଳି ପରିସ୍ଥିତିରେ କିଛି ସ୍ବେଚ୍ଛାସେବୀ ସହୟତାର ହାତ ବଢାଉଥିବା ବେଳେ ଆଉ କିଛିଙ୍କ ଦୁଃଖ କାହାଣୀ ସାମ୍ନାକୁ ଆସିଛି । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ବିଜୟନଗରମ ଅଞ୍ଚଳରେ । 15ରୁ ଅଧିକ କୋରୋନା ରୋଗୀ ଏକ ଗଛ ତଳେ ଆଶ୍ରୟ ନେଉଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଏହି ଖବର ସାମ୍ନାକୁ ଆସିଥିଲା।
ତିନି ଦିନ ପୂର୍ବେ ବିଜୟନଗରମ ଅଞ୍ଚଳର ଏକ ଗ୍ରାମରେ କୋଭିଡ୍ ପରୀକ୍ଷା କରାଯାଇଥିବା ବେଳେ 15 ଜଣ ଗ୍ରାମବାସୀ କୋରୋନା ପଜିଟିଭ୍ ବୋଲି ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରେ କିଛି ମହିଳା ଏବଂ ଶିଶୁ ମଧ୍ୟ ଥିଲେ । ତେବେ ସେମାନଙ୍କୁ କୌଣସି କ୍ବାରେଣ୍ଟାଇନ ସୁବିଧା ଯୋଗାଇ ଦିଆ ନଯିବାରୁ ସେମାନେ ଅଙ୍ଗନୱାଡି ଆଶ୍ରୟସ୍ଥଳ ନିକଟରେ ଥିବା ଗଛ ମୂଳରେ ରହୁଥିଲେ।
ଏହି ଘଟଣା ସମ୍ବନ୍ଧରେ ଜଣେ ସହୃଦୟବାନ ଯୁବକ ଏକ ଭିଡିଓ ମାଧ୍ୟମରେ ସେମାନଙ୍କୁ କ୍ବାରେଣ୍ଟାଇନ ସୁବିଧା ଏବଂ ଉପଯୁକ୍ତ ଖାଦ୍ୟ ଯୋଗାଇବା ପାଇଁ ଅଧିକାରୀମାନଙ୍କୁ ନିବେଦନ କରିଥିଲେ । ଏହାପରେ ସ୍ଥାନୀୟ VRO ଗତକାଲି ନିଜେ ଏକ ବିଦ୍ୟାଳୟରେ ସେମାନଙ୍କୁ ଆଶ୍ରୟ ଦେବା ସହ ସେମାନଙ୍କୁ ଖାଦ୍ୟ ମଧ୍ୟ ଯୋଗେଇ ଦେଇଥିଲେ ।
@ ANI