ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ବଡ ଧରଣର ଦୁର୍ଘଟଣା । ନିର୍ମାଣାଧିନ କୋଠା ଭୁଶୁଡି ପଡିବା ଫଳରେ ଏହା ତଳେ 10ରୁ ଊର୍ଦ୍ଧ୍ବ ଲୋକ ଚାପି ରହିଥିବା ନେଇ ସୂଚନା ମିଳିଛି ।
ବୁଧବାର ଜୟପୁରର କ୍ରିଷ୍ଣାବିହାର ଅଞ୍ଚଳରେ ଏକ ନିର୍ମାଣାଧିନ କୋଠା ଭୁଶୁଡି ପଡିଛି । ତେବେ ଭଗ୍ନାବଶେଷ ତଳେ 10ରୁ 15 ଜଣ ଲୋକ ଚାପି ରହିଥିବା ଅନୁମାନ କରାଯାଉଛି । ତେବେ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ