ETV Bharat / bharat

4 ରାଜ୍ୟରେ ବନ୍ୟାର ତାଣ୍ଡବ: ମୃତ୍ୟୁ ସଂଖ୍ଯା 156, ଉଦ୍ଧାର କାର୍ଯ୍ୟ ଜାରି - କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ଓ ଗୁଜୁରାଟରେ ତାଣ୍ଡବ ରଚୁଛି ବନ୍ୟା

କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ଏବଂ ଗୁଜୁରାଟ ଏହି 4ଟି ଦକ୍ଷିଣ-ପଶ୍ଚିମ ରାଜ୍ୟରେ ରାଜ୍ୟରେ ତାଣ୍ଡବ ରଚିଛି ବନ୍ୟା। ଏହା ଯୋଗୁଁ ଜନଜୀବନ ହୋଇଛି ପ୍ରଭାବିତ। ବନ୍ୟା ବିଭୀଷିକାରେ ଉପରୋକ୍ତ ରାଜ୍ୟର ମୃତ୍ୟୁ ସଂଖ୍ୟା 156କୁ ଛୁଇଁଛି। ଅନ୍ୟପଟେ କ୍ଷତିଗ୍ରସ୍ତ ଅଞ୍ଚଳକୁ ସହାୟତାର ହାତ ବଢାଇଛନ୍ତି ସରକାର।

ଫଟୋ ସୌଜନ୍ୟ:ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 12, 2019, 12:15 PM IST

ହାଇଦ୍ରାବାଦ: ଗତ କିଛି ଦିନ ଧରି ମୌସୁମୀ ଜନିତ ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇଛି ଅନେକ ରାଜ୍ୟର ସ୍ଥିତି। ଏହି ଜଳ ପ୍ରଳୟରେ ଭାସୁଛି କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ଏବଂ ଗୁଜୁରାଟ। ରାସ୍ତାଘାଟ ଠାରୁ ଆରମ୍ଭ କରି ନଦୀବନ୍ଧ ପର୍ଯ୍ୟନ୍ତ ସବୁଠି ସ୍ଥିତି ଗମ୍ଭୀର ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 156 ଛୁଇଁଛି। ବନ୍ୟା ଯୋଗୁଁ କେରଳରେ 76, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ 40 ଜଣଙ୍କ ମୃତ୍ୟୁ ହୋଇଛି।

ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି କେରଳର ପୁଥୁମାଳା, ୱାୟନାଡ, କାଭଲାପାରା ଏବଂ ମାଲାପୁରମ ଜିଲ୍ଲାରେ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗତ ଅଗଷ୍ଟ 8ରୁ 11 ମଧ୍ୟରେ ହୋଇଥିବା ହୋଇଥିବା ବନ୍ୟାରେ 58 ନିଖୋଜ ହୋଇଥିବା ବେଳେ 32 ଆହତ ହୋଇଛନ୍ତି।

Monsoon floods
ଫଟୋ ସୌଜନ୍ୟ:ଟ୍ବିଟର@ଏଏନଆଇ

ସେହିପରି ଅଗଷ୍ଟ 1ରୁ ବର୍ତ୍ତମାନ ପର୍ଯ୍ୟନ୍ତ କର୍ଣ୍ଣାଟକରେ 14 ଜଣ ନିଖୋଜ ଥିବାବେଳେ 5,81,702 ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପାଖାପାଖି 28, 325 ଲୋକଙ୍କ ଘର ବନ୍ୟାରେ ଭାସିଯାଇଛି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟରେ 1168ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଛି। ବନ୍ୟା ଯୋଗୁଁ ରାଜ୍ୟର 17ଟି ଜିଲ୍ଲାର 2028ଟି ଗାଁ ପ୍ରଭାବିତ ହୋଇଛି । ବନ୍ୟା ବିଭୀଷିକାରେ ଲୋକଙ୍କର ହୋଇଥିବା କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ସହାୟତାର ହାତ ବଢାଇଛନ୍ତି ସରକାର । ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା କର୍ଣ୍ଣାଟକର ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି।

ଭିଡିଓ ସୌଜନ୍ୟ:ଇଟିଭି ଭାରତ ବ୍ୟୁରୋ

ସେହିଭଳି ରବିବାର ଅପରାହ୍ନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇ ଦିନିଆ କେରଳ ଗସ୍ତରେ ଯାଇଛନ୍ତି। ଆଜି ସେ ନିଜ ସଂସଦୀୟ କ୍ଷେତ୍ର ୱାୟନାଡରେ ସ୍ଥିତି ପରଖିଛନ୍ତି । ବନ୍ୟା ପ୍ରଭାବିତ କେରଳକୁ ସାହାଯ୍ୟ କରିବା ପାଇଁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ସମ୍ମତି ଜଣାଇଛନ୍ତି। ୱାୟନାଡରେ ବର୍ତ୍ତମାନ ସୁଦ୍ଧା ବନ୍ୟାରେ 18 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 40 ହଜାରରୁ ଅଧିକ ଲୋକ 203ଟି ରିଲିଫ୍‌ କେନ୍ଦ୍ରରେ ଆଶ୍ରୟ ନେଇଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.