ନୂଆଦିଲ୍ଲୀ: ଇଶା ଫାଉଣ୍ଡେସନ ସହଯୋଗରେ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ‘ଚ୍ୟାଲେଜ୍ ଟାଇମ୍ସରେ ସଦ୍ ଗୁରୁଙ୍କ ସହିତ ସ୍ୱଚ୍ଛତା ୱାରିୟର୍ସ’ ଶୀର୍ଷକ ୱେବିନିନର୍ ଆୟୋଜିତ ହୋଇଥିଲା।
ଏକ ଘଣ୍ଟା ଧରି ଚାଲିଥିବା ୱେବିନିନରରେ ସଦଗୁରୁ ଉଜୈନ, ସୁରଟ, ପୂର୍ବ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ୍, ଆଗ୍ରା ଏବଂ ମଦୁରାଇର ଜିଲ୍ଲା କଲେକ୍ଟର/ମ୍ୟୁନିସିପାଲିଟି କମିଶନରଙ୍କ ସହ କଥା ହୋଇଥିଲେ ଏବଂ ବର୍ତ୍ତମାନ ସଙ୍କଟର ସମ୍ମୁଖୀନ ହେବା ପାଇଁ ସୂଚନା ପ୍ରଦାନ କରିଥିଲେ।
ଫ୍ରଣ୍ଟଲାଇନ କୋଭିଡ ଚାମ୍ପିଅନ୍- ସଫାଇ କର୍ମାଚାରୀଙ୍କ ଉତ୍ସର୍ଗୀକୃତ ଅଧିବେଶନରେ ଶ୍ରୀ ଦୁର୍ଗା ଶଙ୍କର ମିଶ୍ର, ସଚିବ, ମୋହୁଆ ଏବଂ ଆଧ୍ୟାତ୍ମିକ ଗୁରୁ ମଧ୍ୟ ପରିମଳ କର୍ମଚାରୀଙ୍କ ଦ୍ବାରା ଦିଆଯାଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ ।
ଏହି ଅଧିବେଶନ ୟୁଟ୍ୟୁବ୍ (isha.co/MoHUAwithSadhguru) ମାଧ୍ୟମରେ ଏକକାଳୀନ ଅନୁବାଦ ସହିତ ହିନ୍ଦୀରେ ଉପଲବ୍ଧ (isha.co/MoHUAwithSadhguruinHindi) ମାଧ୍ୟମରେ ଲାଇଭ୍ ପ୍ରସାରଣ ହୋଇଥିଲା ।
ସ୍ୱଚ୍ଛ ଭାରତ ମିଶନ ଦେଶର ସ୍ୱଚ୍ଛତା ସ୍ତରରେ ଉଲ୍ଲେଖନୀୟ ଉନ୍ନତି ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ବିଶେଷ ଭାବେ ସ୍ବଚ୍ଛତା କାର୍ଯ୍ୟକର୍ତ୍ତାଙ୍କ ପ୍ରୟାସକୁ ସାମିଲ କରାଯାଇଛି । ଯେଉଁମାନେ ଗତ ପାଞ୍ଚ ବର୍ଷ ମଧ୍ୟରେ ମିଶନର ଅଗ୍ରଭାଗରେ ରହିଛନ୍ତି । ULB ପ୍ରତିନିଧୀ ଏବଂ ପରିମଳ କର୍ମଚାରୀଙ୍କ ଦ୍ବାରା ଦିଆଯାଇଥିବା ପ୍ରଶ୍ନର ଉତ୍ତର ଦେବା ସହିତ ଶ୍ରୀ ସଦଗୁରୁ ସ୍ୱଚ୍ଛତା ୱାରିୟର୍ସଙ୍କୁ ଉତ୍ସାହିତ କରିବା ସହିତ ପରିମଳ କର୍ମଚାରୀଙ୍କ ପାଇଁ ପର୍ଯ୍ୟାପ୍ତ ପିପିଇ କିଟ ଏବଂ ୟୁନିଫର୍ମ ଉପଲବ୍ଧତାକୁ ସୁନିଶ୍ଚିତ କରିବା ସହିତ ସେମାନଙ୍କ ଭୟ ଦୂର କରିବା ଏବଂ ସେମାନଙ୍କୁ ଏକ ସମୟ ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।
ସେ ଆହୁରି ମଧ୍ୟ କହିଛନ୍ତି, “ପରିମଳ ଏକ ବଡ଼ ଆହ୍ବାନ ଓଦା ଏବଂ ଶୁଖିଲା ବର୍ଜ୍ୟବସ୍ତୁର ପୃଥକକରଣ ଏବଂ ପ୍ରକ୍ରିୟାକରଣ ସହିତ ଶିଳ୍ପରୁ ବର୍ଜ୍ୟବସ୍ତୁର ଚିକିତ୍ସା ଏବଂ ଘରୋଇ ଶିଳ୍ପରୁ ସ୍ୱେରେଜ୍ ନିର୍ଗତ ହେବା ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ । ଏହା ବ୍ୟତୀତ ନାଗରିକମାନଙ୍କୁ ଅଧିକ ଉତ୍ସାହର ସହିତ ନେବାକୁ ଉତ୍ସାହିତ କରିବା ପାଇଁ ଶୁଖିଲା ବର୍ଜ୍ୟବସ୍ତୁ ପୃଥକକରଣକୁ କେତେକ ଉପାୟରେ ଉତ୍ସାହିତ କରାଯିବା ଆବଶ୍ୟକ ।
ଏହି ଅଧିବେଶନରେ ସମଗ୍ର ଭାରତରେ 4300 ଯୁକ୍ତ ଅର୍ବାନ ଲୋକାଲ ବଡିର ବିଭିନ୍ନ ହିତାଧିକାରୀ ଯୋଗ ଦେଇଥିଲେ ଯେଉଁଥିରେ ମ୍ୟୁନିସିପାଲିଟି କମିଶନର, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ମେୟରଙ୍କ ପରି ରାଜନୈତିକ ପ୍ରତିନିଧୀ ସ୍ୱାସ୍ଥ୍ୟ କର୍ମୀ, ପରିମଳ କର୍ମଚାରୀ, ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟ ସାମିଲ ଥିଲେ । ଏବଂ ଏହି ସମସ୍ତେ ହେଉଛନ୍ତି ଫ୍ରଣ୍ଟଲାଇନ କୋଭିଡ ଚାମ୍ପିଅନ୍ ।