ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ମିଡିଆ ବ୍ୟକ୍ତିବିଶେଷଙ୍କ ସମେତ ଅନେକ ବ୍ୟବସାୟଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋରୋନା ନେଇ ଆଲୋଚନା କରିଛନ୍ତି । ଏ ଧାରାରେ ପ୍ରଧାନମନ୍ତ୍ରୀ ନିଜ ସଂସଦୀୟ କ୍ଷେତ୍ର ବାରାଣାସୀରେ ଜନତାଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ମାର୍ଚ୍ଚ 25 ସନ୍ଧ୍ୟା 5ଟାରେ ବାର୍ତ୍ତାଳାପ କରିବେ ।
ଟ୍ବିଟ କରି ଏହି ସୂଚନା ଦେଇଛନ୍ତି ମୋଦି । କୋରୋନା ଭାଇରସକୁ ନେଇ ଦେଶରେ ଦେଖାଦେଇଥିବା ବିପଦକୁ ନେଇ ବାରାଣସୀ ଜନତାଙ୍କ ସହ ନମୋ ଆପ୍ ଜରିଆରେ ଆଲୋଚନା କରିବା ନେଇ ଟ୍ବିଟ କରିଛନ୍ତି ପ୍ରଧାନମନ୍ତ୍ରୀ । କମେଣ୍ଟ ବକ୍ସରେ କୌଣସି ବି ପ୍ରଶ୍ନ କିମ୍ବା ଉପଦେଶ ରଖିବା ପାଇଁ ମଧ୍ୟ ସେ ଅନୁରୋଧ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ