ETV Bharat / bharat

କାନାଡା ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୋଦି - କାନାଡା ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୋଦି

ମହାମାରୀ କୋରେନା ଲଢେଇରେ କାନାଡାର ସହଯୋଗ । ଫୋନ ଯୋଗେ କାନାଡା ପିଏମଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ...

କାନାଡା ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୋଦି

author img

By

Published : Apr 29, 2020, 10:58 AM IST

ନୂଆଦିଲ୍ଲୀ: କାନାଡା ପିଏମ ଜଷ୍ଟିନ ଟ୍ରୁଡୋଙ୍କ ସହ ଫୋନରେ କଥାବାର୍ତ୍ତା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାମାରୀ କୋରୋନା ସମୟରେ କାନାଡାରେ ଥିବା ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ପାଇଁ ଟ୍ରୁଡୋଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦି ।

ମଙ୍ଗଳବାର ମହାମାରୀ କୋରୋନା ଲଢେଇ ସମ୍ପର୍କରେ ଉଭୟ ଫୋନ ଯୋଗେ ବାର୍ତ୍ତାଳାପ କରିଥିଲେ । ବିପଦ ସମୟରେ ପ୍ରବାସୀ ଭାରତୀୟଙ୍କୁ ସହଯୋଗ ଓ ସୁରକ୍ଷା ଦେଉଛି କାନାଡା । ଆଗକୁ ଏହି ମହାମାରୀ ମୁକାବିଲା ଦୁଇ ଦେଶ ମିଳିତ ଭାବେ ମେଡିକାଲ ଓ ଯୋଗାଣ କ୍ଷେତ୍ରରେ କାମ କରିବ । ଏନେଇ ମୋଦି ନିଜେ ଟ୍ବିଟ କରି ଜଣାଇଛନ୍ତି ।

ସ୍ବାସ୍ଥ୍ୟମନ୍ତ୍ରଣାଳୟ ଅନୁସାରେ ଗତ 24 ଘଣ୍ଟାରେ ଭାରତରେ 1543ଟି ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ କୋରୋନା ସଂକ୍ରମିତ ସଂଖ୍ୟା 29 ହଜାର 435ରେ ପହଞ୍ଚିଛି । ସେହିପରି 934ଜଣ ମୃତ୍ୟୁବରଣ କଲେଣି । ସେହିପରି କାନାଡାରେ 49 ହଜାର କୋରୋନା ସଂକ୍ରମିତ ହୋଇଥିବାବେଳେ 27 ହଜାରଙ୍କ ଜୀବନ ଗଲାଣି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.