ETV Bharat / bharat

ଦେଶର ଯୁବବର୍ଗଙ୍କ ଉଦ୍ଦେଶ୍ୟରେ ରାହୁଲ ଗାନ୍ଧୀଙ୍କ ଟ୍ବିଟ୍ - rahul gandhi tweet

CAA ଓ NRC ବିରୁଦ୍ଧରେ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହାରି ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା ଦେଶର ଲୋକଙ୍କୁ ବିଭାଜନ କରିବା ସହ ନିଜର ଅପାରଗତା ଲୁଚାଇବା ପାଇଁ ଘୃଣା ପଛରେ ଲୁଚୁଛନ୍ତି ।

tweet
ଫାଇଲ ଫଟୋ
author img

By

Published : Dec 23, 2019, 12:39 PM IST

ନୂଆଦିଲ୍ଲୀ: CAA ଓ NRC ବିରୁଦ୍ଧରେ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ୍ ଶାହା ଦେଶର ଲୋକଙ୍କୁ ବିଭାଜନ କରିବା ସହ ନିଜର ଅପାରଗତା ଲୁଚାଇବା ପାଇଁ ଘୃଣା ପଛରେ ଲୁଚୁଛନ୍ତି ।

tweet
tweet

ରବିବାର ରାହୁଲ ଗାନ୍ଧୀ ଏକ ଟ୍ବିଟ କରି କହିଛନ୍ତି, ‘ ଭାରତର ପ୍ରିୟ ଯୁବକ, ମୋଦି ଏବଂ ଶାହା ତୁମ ମାନଙ୍କର ଭବିଷ୍ୟତ ନଷ୍ଟ କରିଦେଇଛନ୍ତି। ଚାକିରୀ ସମସ୍ୟା ଏବଂ ଅର୍ଥବ୍ୟବସ୍ଥାର ସ୍ଥିତିକୁ ନେଇ ତୁମ ମାନଙ୍କର କ୍ରୋଧ ସେମାନେ ସହ୍ୟ କରିପାରିବେ ନାହିଁ । ତେଣୁ ସେମାନେ ଆମ ପ୍ରିୟ ଭାରତକୁ ବିଭାଜନ କରି ଘୃଣା ପଛରେ ଲୁଚୁଛନ୍ତି । ତେଣୁ ଆମେ ପ୍ରତିଟି ଭାରତୀୟଙ୍କୁ ସ୍ନେହ କରି ସେମାନଙ୍କୁ ପରାଜିତ କରିପାରିବା ବୋଲି ରାହୁଲ ଗାନ୍ଧୀ ତାଙ୍କ ଟ୍ବିଟରେ ଯୁବ ବର୍ଗକୁ ବାର୍ତ୍ତା ଦେଇଛନ୍ତି ।

tweet
tweet

ଅନ୍ୟପକ୍ଷେ ଦେଶର ଛାତ୍ରଙ୍କୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ ଆଉ ଏକ ଟ୍ବିଟରେ କହିଛନ୍ତି, ‘ ଭାରତର ପ୍ରିୟ ଛାତ୍ର , କୌଣସି ଭାରତୀୟ ଛାତ୍ର ମୋଦି ଏବଂ ଶାହାଙ୍କୁ ଏପରି ଭାରତକୁ ବିଭାଜନ କରିବାକୁ ଦେବା ଉଚିତ୍ ନୁହେଁ । ତୁମେମାନେ ଭାରତର ଭବିଷ୍ୟତ ଏବଂ ଭାରତ ତୁମମାନଙ୍କର ଭବିଷ୍ୟତ ଅଟେ । ତେଣୁ ଆସନ୍ତୁ ସମସ୍ତେ ମିଳିମିଶି ସେମାନଙ୍କ ଘୃଣା ବିରୋଧରେ ଲଢିବା ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.