ETV Bharat / bharat

ଅରୁଣ ଜେଟଲୀଙ୍କୁ ଭେଟିଲେ ମୋଦି - modi

ଶପଥ ପାଠ ପୂର୍ବରୁ ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କୁ ଭେଟିଛନ୍ତି ମୋଦି ।

ଫାଇଲ ଫଟୋ
author img

By

Published : May 29, 2019, 11:12 PM IST

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୁଧବାର ମୋଦି ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କୁ ତାଙ୍କ ବାସଭବନରେ ଭେଟି ତାଙ୍କ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ପାଇଁ ଅନୁରୋଧ କରିଛନ୍ତି ।

ବୁଧବାର ପ୍ରଧାନମନ୍ତ୍ରୀ ମୋଦି ଅରୁଣ ଜେଟଲୀ ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବା ସହ ଦଳର କାର୍ଯ୍ୟଭାର ସମ୍ଭାଳିବା ପାଇଁ ତାଙ୍କ ସହ ଆଲୋଚନା କରିଛନ୍ତି । ତେବେ ଦୀର୍ଘ 20 ମିନିଟ ପର୍ଯ୍ୟନ୍ତ ମୋଦି ଏବଂ ଅରୁଣ ଜେଟଲୀଙ୍କ ମଧ୍ୟରେ ଏହି ଆଲୋଚନା ହୋଇଥିଲା ।

ପ୍ରକାଶ ଥାଉକି, ଗତ କିଛି ମାସ ହେବ ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ସ୍ବାସ୍ଥ୍ଯବସ୍ଥା ଖରାପ ଅଛି । ତେଣୁ ଏପରି ସ୍ଥିତିରେ ସେ କୌଣସି କାର୍ଯ୍ୟାଭାର ତୁଲାଇବା ପାଇଁ ସକ୍ଷମ ନୁହେଁ ବୋଲି ମୋଦିଙ୍କ ଶପଥ ଗ୍ରହଣ ପୂର୍ବରୁ ଜେଟଲି ଏକ ଚିଠି ଲେଖିଥିଲେ । ସେଥିରେ ସେ ଉଲ୍ଲେଖ କରିଥିଲେ ଯେ, ତାଙ୍କୁ କୌଣସି ମନ୍ତ୍ରୀପଦ ନ ଦିଆଯାଉ । ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ, ମୁଁ ଏହି ଚିଠି ଏଥିପାଇଁ ଲେଖୁଛି କାରଣ ଏହାଦ୍ବାରା ନିଜର ସ୍ବାସ୍ଥ୍ୟର ଉପଚାର ପାଇଁ ମୁଁ ଆପଣଙ୍କ ଠାରୁ କିଛି ସମୟ ମାଗିବାର ଅନୁମତି ନେଇପାରିବି । ତେଣୁ ଏଥିପାଇଁ ନୂଆ ସରକାର ଗଠନ ହେବା ପୂର୍ବରୁ ମୁଁ କୌଣସି କାର୍ଯ୍ୟଭାର ନେବାପାଇଁ ଚାହୁଁନାହିଁ ।

||ବରଗଡ ||
ବରଗଡରେ ପ୍ରଚଣ୍ଡ ଗରମ ସହିତ ପାରା ୪୬ ଡିଗ୍ରୀକୁ ପହଞ୍ଚିଥିବା ବେଳେ ବରଗଡ ଟାଉନ ଥାନା ଅନ୍ତର୍ଗତ ଡାଙ୍ଗ ଗ୍ରାମର ପୁସ୍ତମ ଭୁଏ ନାମକ 42 ବର୍ଷର ଜଣେ ଯୁବକ ଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଛି  ଅନ୍ୟପଟେ  ସନ୍ଧ୍ୟା ସମୟରେ ବିଜେପୁର ଅଞ୍ଚଳରେ ପ୍ରବଳ ବର୍ଷା ସହିତ ବଜ୍ରପାତ କାରଣରୁ ଜଣେ ମହିଳାଙ୍କ ମଧ୍ୟ ମୃତ୍ୟୁ ଘଟିଛି  |
    ଡାଙ୍ଗ ଗ୍ରାମର ପୁସ୍ତମ ଭୁଏ ଜଣେ ଦିନ ମଜୁରିଆ ସେ ମୁରୁମକେଲ ଗ୍ରାମରେ ପ୍ରବଳ ଖରାରେ କାମ କରୁଥିବା ସମୟରେ ଅସୁସ୍ଥ ହୋଇପଡିଥିଲେ ତାଙ୍କୁ ବରଗଡ ଡାକ୍ତରଖାନାକୁ ଅଣାଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ମୃତ ପୁସ୍ତମ ଙ୍କର ଦୁଇ ପୁଅ ଓ ଗୋଟେ ଝିଅ ରହିଥିବା ବେଳେ ସେ ନିହାତି ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗେଇଦେବା ପାଇଁ ଦାବି ହୋଇଛି | ଅନ୍ୟପଟେ ବିଜେପୁର ବ୍ଲକ କଟାପଳି ଗ୍ରାମର ସବ୍ୟା ସାହୁ ତାଙ୍କ ସ୍ୱାମୀଙ୍କ ସହିତ  ବିଲକୁ ଧାନ କାଟିବା ପାଇଁ ଯାଇଥିବା ବେଳେ ବଜ୍ରପାତ ହୋଇଥିଲା | ବଜ୍ରପାତରେ ସବ୍ୟା ସାହୁଙ୍କ  ଘଟନା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା  | ବିଜେପୁର ପୋଲିସ ଘଟନା ସ୍ଥଳକୁ ପହଞ୍ଚି ତଦନ୍ତ ଚଳାଇ ବରଗଡ ଡାକ୍ତରଖାନାକୁ ଶବ ବ୍ୟବଛେଦ ପାଇଁ ପଠାଇଛନ୍ତି  |
 ଭିଡିଓ MOJO ରେ ଯାଇଛି | 
slug - odbgh_ansughata_7203682 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.