ନୂଆଦିଲ୍ଲୀ: ବିଶ୍ବରେ ଚିନ୍ତାର ବିଷୟ ପାଲଟିଛି କୋରୋନା । ତେବେ ଏନେଇ ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତ୍ତାହ ଏଲ-ସିସିଙ୍କ ସହ ଫୋନରେ କଥା ହୋଇଛନ୍ତି।
କୋଭିଡ-19 ନେଇ ବିଶ୍ୱ ପରିସ୍ଥିତି ଉପରେ ଆଲୋଚନା କରିଥିଲେ ଉଭୟ ନେତା । ପ୍ରଧାନମନ୍ତ୍ରୀ ମୋଦି ଇଜିପ୍ଟ ରାଷ୍ଟ୍ରପତିଙ୍କୁ ସମ୍ଭାବ୍ୟ ସହାୟତା ନେଇ ଆଶ୍ୱାସନା ଦେଇଛନ୍ତି। ଆବଶ୍ୟକ ହେଲେ ଭାରତ ଔଷଧ ଯୋଗାଇବ । ଇଜିପ୍ଟ ସହ ଭାରତ ରହିଛି ବୋଲି ମୋଦି କହିଛନ୍ତି ।
@ANI