ନୂଆଦିଲ୍ଲୀ: ପୁଣି ରାହୁଲ ଗାନ୍ଧୀଙ୍କ ଟାର୍ଗେଟରେ କେନ୍ଦ୍ର ସରକାର । ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 20 ଲକ୍ଷ ପାର କରିଛି । ଏହାକୁ ନେଇ ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ନିନ୍ଦା କରିଛନ୍ତି।
ଶୁକ୍ରବାର କରିଥିବା ଟ୍ବିଟରେ ରାହୁଲ ଗାନ୍ଧୀ ଜୁଲାଇ 17ରେ କରିଥିବା ଟ୍ୱିଟକୁ ଦୋହରାଇଛନ୍ତି । ଯେଉଁଥିରେ କୁହାଯାଇଛି, ଆକ୍ରାନ୍ତଙ୍କ ସଂଖ୍ୟା 10,00,000 ପାର କରିଛି । କୋରୋନା ଦ୍ରୁତ ଗତିରେ ବୃଦ୍ଧି ସାଙ୍ଗକୁ ଅଗଷ୍ଟ 10 ସୁଦ୍ଧା ଏହି ସଂଖ୍ୟା 20,00,000ରୁ ଅଧିକ ବୃଦ୍ଧି ପାଇବ । ସରକାର ମହାମାରୀକୁ ରୋକିବା ପାଇଁ ଯୋଜନାବଦ୍ଧ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। କୋରୋନା ମାମଲା 20 ଲକ୍ଷ ପାର କରିଛି, ମୋଦି ସରକାର ନିଖୋଜ ଅଛନ୍ତି।