ETV Bharat / bharat

ମିଶନ କାଶ୍ମୀର ପାଇଁ ଚାଣକ୍ୟଙ୍କ ରଣନୀତି - article 370 jammu and kashmir

ଉଚ୍ଛେଦ ହୋଇ ସାରିଛି ଧାରା 370 । ପୁନର୍ଗଠନ ହେବ ଜମ୍ମୁ କାଶ୍ମୀର । ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ହରାଇ ପାଇ ନୂଆ ପରିଚୟ । ଜମ୍ମୁ କାଶ୍ମୀର ଓ ଲଦାଖ ହେବ ଦୁଇଟି ନୂଆ କେନ୍ଦ୍ର ଶାସିତ ଅଞ୍ଚଳ । ତେବେ ଧାରା 370 ହଟାଇବା ପାଇଁ ବିଜେପି କରିଥିଲା ମଜଭୂତ ତଥା ଲମ୍ବା ଯୋଜନା । ମିଶନ କାଶ୍ମୀର ପାଇଁ ଚାଣକ୍ୟଙ୍କ ରଣନୀତି । ପଢନ୍ତୁ ଖବର...

ଡିଜାଇନ ଫଟୋ
author img

By

Published : Aug 6, 2019, 1:40 PM IST

ନୂଆଦିଲ୍ଲୀ: ଧାରା 370କୁ ଉଚ୍ଛେଦ କରିଛନ୍ତି କେନ୍ଦ୍ର ସରକାର । ଏହା ସହିତ ସ୍ବତନ୍ତ୍ର ରାଜ୍ୟ ମାନ୍ୟତାକୁ ହଟାଇ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ମାନ୍ୟତା ଦେଇଛନ୍ତି । ଏହା ମଧ୍ୟରେ ଜମ୍ମୁ କାଶ୍ମୀର ଓ ଲଦାଖ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି ।

ତେବେ 370କୁ ଉଚ୍ଛେଦ କରିବାର ଯୋଜନା ଜୁନ ମାସର ତୃତୀୟ ସପ୍ତାହରୁ ଆରମ୍ଭ କରିଦେଇଥିଲେ । ଏହାର ପ୍ରଥମ ପାହାଚ ଥିଲା ଜମ୍ମୁ କାଶ୍ମୀରର ମୁଖ୍ୟ ଶାସନ ସଚିବ ପଦରେ ପରିବର୍ତ୍ତନ । ଛତିଶଗଡ଼ କ୍ୟାଡ଼ରର ବରିଷ୍ଠ ଆଇଏଏସ ଅଧିକାରୀ ବିଭିଆର ସୁବ୍ରମଣ୍ୟମଙ୍କୁ ସେଠାରେ ଶାସନ ସଚିବ ଭାବେ ଅବସ୍ଥାପିତ କରିବା । ସୁବ୍ରମଣ୍ୟମ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ଥିଲେ । ମିଶନ କାଶ୍ମୀର ପାଇଁ ଚାଣକ୍ୟଙ୍କ ରଣନୀତି ।

ସୁବ୍ରମଣ୍ୟମ ମୋଦିଙ୍କ ମିଶନ କାଶ୍ମୀରର ପ୍ରମୁଖ ସଦସ୍ୟଙ୍କ ମଧ୍ୟରେ ଅନ୍ୟତମ । ଏହି ମିଶନର ସମ୍ପୂର୍ଣ୍ଣ ଭାର ଥିଲା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଉପରେ । ଅମିତ ଶାହା ନିଜର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସହିତ ଏକ କୋର ଟିମ ଗଠନ କରିଥିଲେ । ଯାହାକୁ ନେଇ ଏହି ମିଶନକୁ ରୂପ ପ୍ରଦାନ କରାଯାଇଥିଲା । ତେବେ ଟିମରେ ସୁବ୍ରମଣ୍ୟମଙ୍କ ବ୍ୟତୀତ ଏହି ଟିମରେ ଆଇନ ସଚିବ ଆଲୋକ ଶ୍ରୀବାସ୍ତବ, ଗୃହ ମନ୍ତ୍ରଣାଳୟର ଅତିରିକ୍ତ ସଚିବ(ଆଇନ) ଆର ଏସ ବର୍ମା, ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଳ, କେନ୍ଦ୍ରୀୟ ଗୃହ ସଚିବ ରାଜୀବ ଗୌଓ୍ବା ଓ କାଶ୍ମୀରର କିଛି ବଛା ବଛା ଅଫିସର ସାମିଲ ଥିଲେ ।

ସେପଟେ ଏ ସମ୍ପର୍କରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ) ପ୍ରମୁଖ ମୋହନ ଭାଗବତ ଏବଂ ତାଙ୍କର ସହଯୋଗୀ ଭୈୟାଜୀ ଯୋଶୀଙ୍କୁ ଅବଗତ କରାଇଥିଲେ । ଏପରିକି ଜମ୍ମୁ-କାଶ୍ମୀର ଏବଂ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭାଜିତ କରାଯିବ ବୋଲି ମଧ୍ୟ ସେ ଅବଗତ କରାଇଥିଲେ ।

ତେବେ ପ୍ରାଥମିକ ପର୍ଯ୍ୟାୟରେ ବିଭିନ୍ନ ପ୍ରକାର ଆଇନଗତ ଆଲୋଚନା କରାଯାଇଥିଲା । ଆଲୋଚନା ପରେ କାଶ୍ମୀର ଘାଟିରେ ଆଇନ ଶୃଙ୍ଖଳା ଉପରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନଜର ଥିଲା । ସେଠାରେ କିପରି ଆଇନ ଶୃଙ୍ଖଳା ପରିସ୍ଥିତି କିପରି ନିୟନ୍ତ୍ରଣ ମଧ୍ୟରେ ରହିବ ସେନେଇ ସେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହିତ ଏକାଧିକ ଥର ଆଲୋଚନା କରିଥିଲେ । ଏପରିକି ଅଜିତ ଡୋଭାଲ ଘାଟି ଅଞ୍ଚଳ ପରିଦର୍ଶନରେ ମଧ୍ୟ ଯାଇଥିଲେ।

କାଶ୍ମୀର ଗସ୍ତରେ ଯାଇ ସେଠାରେ ଅଜିତ ତିନି ଦିନ କାଳ ରହି ସ୍ଥିତି ପରଖି ଥିଲେ । ଏହା ପରେ 26 ଜୁଲାଇ ଠାରୁ ଅମରନାଥ ଯାତ୍ରାକୁ ବନ୍ଦ କରାଯିବାର ନିଷ୍ପତ୍ତି ନିଆଯାଇଥିଲା । ଏହା ସହିତ ଘାଟି ଅଞ୍ଚଳରୁ ପର୍ଯ୍ୟଟକଙ୍କୁ ଖାଲି କରିବାର ନିଷ୍ପତ୍ତି ନିଆଯିବା ସହିତ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି ସବୁ ନିଷ୍ପତ୍ତି ଅଜିତ ଡୋଭାଲଙ୍କ ପରାମର୍ଶରେ ନିଆଯାଇଥିଲା । ଏହା ବ୍ୟତୀତ କିପରି ରାଜ୍ୟରେ କୌଣସି ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ନ ଉପୁଜେ ସେଥିପାଇଁ ସେଠାରେ 100 ରୁ ଊର୍ଦ୍ଧ୍ବ ପ୍ଲାଟୁନ ଯବାନ ଓ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଥିଲା ।

ଏହି ସମୟରେ ସେଠାରେ ନୂତନ ଭାବେ ଅବସ୍ଥାପିତ ହୋଇଥିବା ସୁବ୍ରମଣ୍ୟମ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହିତ ଯୋଗାଯୋଗରେ ରହିଥିଲେ । ଏପରିକି ଜମ୍ମୁ କାଶ୍ମୀରରେ ତୃଣମୂଳ ସ୍ତରରେ ଆଇନ ଶୃଙ୍ଖଳାକୁ ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ । ଯେଉଁଥି ପାଇଁ ପୋଲିସ, ଅର୍ଦ୍ଧସାମରିକ ବଳ ଓ ପ୍ରଶାସନର ପ୍ରମୁଖ ଅଧିକାରୀଙ୍କୁ ନିୟୋଜିତ ହୋଇଥିଲେ । ଏଥିପାଇଁ ସ୍ବତନ୍ତ୍ର ସାଟେଲାଇଟ ଫୋନର ବ୍ୟବହାର, ସମ୍ବେଦନଶୀଳ ସ୍ଥାନ, ଗ୍ରାମାଞ୍ଚଳ ଭଳି ଅଞ୍ଚଳରେ କ୍ୟୁଆରଟି(କୁଇକ ଆକ୍ସନ ଟିମ)କୁ ନିୟୋଜିତ କରାୟାଇଥିଲା । ସେନା, ସୁରକ୍ଷା ଏଜେନ୍ସି ଏବଂ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ପ୍ରମୁଖ କେନ୍ଦ୍ର ଗୃହ ମନ୍ତ୍ରାଳୟ ସହିତ 24 ଘଣ୍ଟା ଲଗାତାର ଭାବେ ସମ୍ପର୍କରେ ରହିଥିଲେ।

ମିଶନକୁ ସଫଳ କରିବା ପାଇଁ ଚଳିତ ମାସ 4 ତାରିଖ ରାତି ଥିଲା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ । ଏହି ସମୟରେ ଜମ୍ମୁ କାଶ୍ମୀରର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂଙ୍କୁ କିଛି ଗୁରୁତ୍ତ୍ବପୂର୍ଣ୍ଣ ପଦକ୍ଷେପ ନେବାକୁ ଦିଲ୍ଲୀରୁ ନିର୍ଦ୍ଦେଶ ଦିଆଯାଇଥିଲା । ଯେପରିକି ଜମ୍ମୁ କାଶ୍ମୀରର ପ୍ରମୁଖ ନେତାଙ୍କ ଗିରଫଦାରୀ, ଫୋନ ସେବା ବନ୍ଦ କରିବା, ଧାରା 144କୁ ଲାଗୁ କରିବା ଏପରିକି ଘାଟିରେ କର୍ଫ୍ୟୁ ଜାରି କରିବା ଭଳି ଅନେକ ଗୁରୁତ୍ତ୍ବପୂର୍ଣ୍ଣ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ହୋଇଥିଲା ।

ତେବେ ସମାନ୍ତରାଳ ଭାବେ ଅମିତ ଶାହ ବହୁମତ ପାଇଁ ମଧ୍ୟ ଏକ ରାଜନୈତିକ ଟିମ ଗଠନ କରିଥିଲେ । ଏହି ଟିମରେ କେବଳ ଦୁଇଜଣ ସାଂସଦଙ୍କୁ ସ୍ଥାନ ଦିଆଯାଇଥିଲା । ରାଜ୍ୟସଭାରେ ବହୁମତ ପାଇଁ ରାଜ୍ୟସଭାର ସଦସ୍ୟ ଅନୀଲ ବାଲୁନି ଓ ଭୂପେନ୍ଦ୍ର ଯାଦବଙ୍କୁ ଦାୟିତ୍ବ ଦେଇଥିଲେ ଅମିତ ଶାହ ।

ଏହି ଟିମ ବହୁଜନ ସମାଜବାଦୀ ପାର୍ଟୀର ନେତା ସତୀଶ ମିଶ୍ରା ସମର୍ଥନ ମିଳିବାରୁ ବିଜେପିକୁ ବଳ ମିଳିଥିଲା । ଏହା ମଧ୍ୟରେ ଅମିତ ଶାହ କିଛି ପ୍ରମୁଖ ଗଣମାଧ୍ୟମ ସହିତ ମଧ୍ୟ ରୁଦ୍ଧଦ୍ବାର ବୈଠକ କରିଥିଲେ । ଏହି ଗୁରୁତ୍ତ୍ବପୂର୍ଣ୍ଣ ବିଲ ଉପରେ ରିପୋର୍ଟିଂ କରିବାକୁ ମଧ୍ୟ ସାହସ ଦେଇଥିଲେ । ତେବେ ରାଜ୍ୟସଭାରେ ବିଲ ପାସ ହେବା ପର୍ଯ୍ୟନ୍ତ ଏହି ଖବର ଶାହ ସମସ୍ତଙ୍କ ନିକଟରେ ଅଛପା ରଖିବାରେ ସଫଳ ହୋଇଥିଲେ ।

ତେବେ ବିଲ ପାସ ହେବା ପାଇଁ ସମସ୍ତ ବିଜେପି ସାଂସଦଙ୍କୁ ସଦନରେ ଉପସ୍ଥିତ ରହିବା ପାଇଁ ହ୍ବିପ ଜାରି କରାଯାଇଥିଲା । ବିଧେୟକ ରାଜ୍ୟସଭାରେ ପାସ କରିବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହେବା ପରେ ସୋମବାର ସକାଳେ ପ୍ରଧାନମନ୍ତ୍ରୀ ମୋଦି ବୈଠକ ଡକାଇଥିଲେ । ଏହା ସହିତ ମନ୍ତ୍ରିମଣ୍ଡଳକୁ ମଧ୍ୟ ଅବଗତ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ସେପଟେ ଧାରା 370କୁ ବେଆଇନ ଘୋଷଣା କରିବା ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ କରିବାକୁ ଆଇନ ଓ ନ୍ୟାୟ ମନ୍ତ୍ରାଳୟ ବିଭାଗକୁ ଦାୟିତ୍ବ ଦିଆଯାଇଛି । ତେବେ ଏହା ମଧ୍ୟରେ ବିଜେପିର ଜଣେ ସାଂସଦ କହିଛନ୍ତି କି, ଶାହଙ୍କ କୌଣସି କାର୍ଯ୍ୟ ବିଫଳ ହୋଇନାହିଁ । ସମସ୍ତ କାର୍ଯ୍ୟକୁ ସେ ପୁରା କରିବାରେ ମାହିର । ସେ ନୂତନ ଭାରତର ନୂଆ ସରଦାର(ବଲ୍ଲଭ ଭାଇ ପଟେଲ) ବୋଲି କହିଥିଲେ ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.