ETV Bharat / bharat

ମୋଦି.20: ଆଜି ଶୁଣିବେ ମୋଦିଙ୍କ ମନ୍‌ କି ବାତ୍ - government

4 ମାସ ପରେ ପୁଣି ମୋଦି କହିବେ ମନ୍ କି ବାତ୍ । ମୋଦି ସରକାରଙ୍କ ଦ୍ବିତୀୟ ପାଳିରେ ଆଜି ପୁଣି ଥରେ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ଭୋଧନ କରିବେ ମୋଦି ।

ଫାଇଲ ଫଟୋ
author img

By

Published : Jun 30, 2019, 6:14 AM IST

ନୂଆଦିଲ୍ଲୀ: ମୋଦିଙ୍କ ଦ୍ବିତୀୟ ଇନିଂସରେ ପ୍ରଥମ ଥର ପାଇଁ ଆଜି(ରବିବାର) ମନ୍‌ କି ବାତ୍ କାର୍ଯ୍ୟକ୍ରମ କରିବାକୁ ଯାଉଛନ୍ତି । ଦୀର୍ଘ 4 ମାସରେ ପୁଣି ଥରେ ନିଜର ମନର କଥା ଲୋକଙ୍କ ନିକଟରେ ପ୍ରକାଶ କରିବେ ମୋଦି । ଦେଶରେ ଥିବା ବିଜେପିର ବୁଥ୍ ସ୍ତରୀୟ କାର୍ଯ୍ୟାଳୟରେ ସକାଳ 11ଟା ବେଳେ ଏହି କାର୍ଯ୍ୟକ୍ରମ ଲାଇଭ ପ୍ରସାରଣ ହେବ ।

ଶେଷଥର ପାଇଁ ଗତ ଫେବୃଆରୀ 24 ତାରିଖରେ ଏହି କାର୍ଯ୍ୟକ୍ରମ ପ୍ରସାରିତ ହୋଇଥିଲା । ଲୋକତନ୍ତ୍ର ପରମ୍ପରାକୁ ଧ୍ୟାନରେ ରଖି ପ୍ରୋଗାମକୁ କିଛି ମାସ ପାଇଁ ସ୍ଥଗିତ କରି ରଖିବାକୁ କହିଥିଲେ ମୋଦି । ତେବେ ପୁଣି ଥରେ କାର୍ଯ୍ୟକ୍ରମ କରିବାକୁ ଟ୍ବିଟ୍ କରି ସେ ଜଣାଇଥିଲେ । ସକରାତ୍ମକ ଶକ୍ତି ଓ 130 କୋଟି ଭାରତୀୟଙ୍କ ଶକ୍ତିର ଉତ୍ସବ ମନାଇବାର 4 ମାସ ପରେ ପୁଣି ଥରେ ମନ୍‌ କି ବାତ୍ କାର୍ଯ୍ୟକ୍ରମ ଫେରୁଛି ବୋଲି ମୋଦି ଟ୍ବିଟ୍ କରି ଲେଖିଥିଲେ ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.