ETV Bharat / bharat

କେନ୍ଦ୍ର କ୍ୟାବିନେଟର ବଡ ନିଷ୍ପତ୍ତି: ଚାଷୀଙ୍କ ପାଇଁ ‘ଏକ ଦେଶ ଏକ ବଜାର’ ନୀତି

author img

By

Published : Jun 3, 2020, 2:54 PM IST

କୋରୋନା ସଙ୍କଟ ମଧ୍ୟରେ କେନ୍ଦ୍ର କ୍ୟାବିନେଟ ବୈଠକ ଆଜି (ବୁଧବାର) ବସିଥିଲା । ମୋଦିଙ୍କ ନେତୃତ୍ବରେ ବୁଧବାର ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଅଧିକ ପଢନ୍ତୁ...

modi cabinet
ମୋଦି କ୍ୟାବିନେଟ

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ କେନ୍ଦ୍ର କ୍ୟାବିନେଟର ଆଜି (ବୁଧବାର) ପୁଣି ଥରେ ବୈଠକ ବସିଥିଲେ । ମୋଦିଙ୍କ ନେତୃତ୍ବରେ ବୁଧବାର ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ସକାଳ ପ୍ରାୟ 11 ଟାରୁ ଆରମ୍ଭ ହୋଇଥିବା ଏହି ବୈଠକ ଦୁଇ ଘଣ୍ଟା ଧରି ଚାଲିଥିଲା । କେନ୍ଦ୍ରୀୟ କ୍ୟାବିନେଟ ବୈଠକରେ ଦୁଇଟି ନିୟମକୁ ଅନୁମୋଦନ ମିଳିଛି ।

ଏଥିରେ ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ, APACକୁ ସଂଶୋଧନ ପାଇଁ ଅନୁମୋଦନ ମିଳିଛି । ବର୍ତ୍ତମାନ କୃଷକମାନେ ସେମାନଙ୍କର ଫସଲକୁ ସିଧାସଳଖ ବିକ୍ରୟ କରିବାକୁ ସକ୍ଷମ ହେବେ । ବର୍ତ୍ତମାନ ଦେଶରେ କୃଷକମାନଙ୍କ ପାଇଁ ଏକ ବଜାର ଉପଲବ୍ଧ ହେବ । ଏହି ନିଷ୍ପତ୍ତିଗୁଡିକ ଅପରାହ୍ନ 4 ଟାରେ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ଭାବରେ ଦିଆଯିବ ।

କ୍ୟାବିନେଟ ନିଷ୍ପତ୍ତି ବ୍ୟତୀତ କୃଷିଜାତ ଦ୍ରବ୍ୟର ସଂରକ୍ଷଣ ସୀମାକୁ ରଦ୍ଦ କରିଦିଆଯାଇଛି । କେବଳ ଜରୁରୀ ପରିସ୍ଥିତିରେ ଏହା କରାଯାଇପାରିବ । ପ୍ରକାଶଥାଉକି, 20 ଲକ୍ଷ କୋଟି ପ୍ୟାକେଜରେ ସେଗୁଡିକ ଘୋଷଣା କରାଯାଇଥିଲା । ନିକଟରେ ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ଏକ ବର୍ଷ ପୂରଣ ହୋଇଛି । ଏଭଳି ପରିସ୍ଥିତିରେ ସୋମବାର ଏକ କେନ୍ଦ୍ରୀୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଏମଏସଏମଇ କ୍ଷେତ୍ର ଓ କୃଷକଙ୍କ ସମ୍ପର୍କରେ କିଛି ବଡ ନିଷ୍ପତ୍ତି ନିଆଯାଇଥିଲା।

ଦେଶରେ କ୍ରମାଗତ ଭାବରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଛି ଓ ଏହି ସମୟ ମଧ୍ୟରେ ଅନଲକ୍-1 ଅଧୀନରେ ଅନେକ ପ୍ରକାରର ରିହାତି ମଧ୍ୟ ଦିଆଯାଉଛି। ଅନ୍ୟପକ୍ଷରେ ଆଜି ମହାରାଷ୍ଟ୍ରରେ ଭୀଷଣ ସାମୁଦ୍ରିକ ଝଡ ନସର୍ଗର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.