ETV Bharat / bharat

ଏମିତି ବି ଆସେ ମୃତ୍ୟୁ: ମୋବାଇଲ ଫାଟି ଜଣେ ମୃତ, ଅନ୍ୟଜଣେ ଗୁରୁତର

ଚାର୍ଜରେ ଲାଗିଥିବା ସମୟରେ ମୋବାଇଲ ଫାଟିବା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ଏଭଳି ଦୁଖଃଦ ଖବର ଆସିଛି ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାରୁ ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Jul 27, 2019, 7:26 PM IST

ଲକ୍ଷ୍ନୌ: ଆଗ୍ରାର ଜନପଦ ଥାନା ଅଧିନସ୍ଥ ଫତେହାବାଦ ଅଞ୍ଚଳରେ ମୋବାଇଲ ଫାଟିବା ଯୋଗୁଁ ଜଣେ ଛାତ୍ରର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛି । ଚିକିତ୍ସା ପାଇଁ ଗୁରୁତର ହୋଇଥଇବା ଛାତ୍ରକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଉଭୟ ମୋବାଇଲକୁ ଚାର୍ଜରେ ଲଗାଇ ଗୀତ ଶୁଣିଥିଲେ । ହଠାତ ମୋବାଇଲର ବ୍ୟାଟେରୀ ଫାଟି ଯାଇଥିଲା । ଫଳରେ 2 ଜଣ ଯାକ ଲହୁଲୁହାଣ ହୋଇଯାଇଥିଲେ । ସେଥିମଧ୍ୟରୁ ନୀରଜର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ, ଗୁରୁତର ହୋଇଥିବା ଧର୍ମେନ୍ଦ୍ରକୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାର ସ୍ୱାସ୍ଥ୍ୟବସ୍ଥା ଅତି ସଙ୍କଟାପନ୍ନ ରହିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଖବରପାଇ ଫତେହାବାଦ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏ ଘଟଣାର ତଦନ୍ତ ଜାରି ରଖିଛି ।

Intro:Body:

xgdcn

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.