ETV Bharat / bharat

କୋରୋନା ମୃତକଙ୍କୁ ମିଳିଲାନି ଆମ୍ବୁଲାନ୍ସ, ଅଧିକାରୀଙ୍କ ଗାଡି ଭାଙ୍ଗିଲେ କର୍ପୋରେଟର୍

author img

By

Published : Sep 8, 2020, 12:36 PM IST

ମହାରାଷ୍ଟ୍ର ନବନିର୍ମାଣ ସେନା (MNS)ର ଜଣେ କର୍ପୋରେଟର ପୁଣେରେ ଜଣେ ସରକାରୀ ଅଧିକାରୀଙ୍କ କାରକୁ ଭାଙ୍ଗି ଚୁନା କରିଦେଇଛନ୍ତି । ଗାଡି ଭାଙ୍ଗୁଥିବାର ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି ।

କୋରୋନା ମୃତକଙ୍କୁ ମିଳିଲାନି ଆମ୍ବୁଲାନ୍ସ, ଅଧିକାରୀଙ୍କ ଗାଡି ଭାଙ୍ଗିଲେ କର୍ପୋରେଟର୍
କୋରୋନା ମୃତକଙ୍କୁ ମିଳିଲାନି ଆମ୍ବୁଲାନ୍ସ, ଅଧିକାରୀଙ୍କ ଗାଡି ଭାଙ୍ଗିଲେ କର୍ପୋରେଟର୍

ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା (MNS)ର ଜଣେ କର୍ପୋରେଟର ପୁଣେରେ ଜଣେ ସରକାରୀ ଅଧିକାରୀଙ୍କ କାରକୁ ଭାଙ୍ଗି ଚୁନା କରିଦେଇଛନ୍ତି । କର୍ପୋରେଟରଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ କୋରୋନାରେ ହୋଇଥିଲା, ପରେ ସ୍ଥାନାନ୍ତରଣ ପାଇଁ ଆମ୍ବୁଲାନ୍ସ ପହଞ୍ଚିନଥିବାରୁ ତାଙ୍କ ରାଗ ଚରମ ସୀମାରେ ପହଞ୍ଚିଥିଲା । ତେଣୁ ସେ ରାଗ ଗରଗର ହୋଇ କାରକୁ ଭାଙ୍ଗିବା ଆରମ୍ଭ କରିଦେଲେ ।

ଏକ ଭିଡିଓରେ ସେ ବାଡିରେ କାରର କାଚକୁ ଭାଙ୍ଗୁଥିବା ଦେଖିବାକୁ ମିଳିଛି । ସେ କହିଛନ୍ତି, ପୁଣେର ଲୋକେ ଆମ୍ବୁଲାନ୍ସ ପାଉ ନାହାଁନ୍ତି ତେଣୁ ଅଧିକାରୀଙ୍କୁ ମଧ୍ୟ ଗାଡିରେ ଯିବାର କୌଣସି ଆବଶ୍ୟକତା ନାହିଁ । ‘ମୋ ସମ୍ପର୍କୀୟଙ୍କ କୋଭିଡ-19 ପଜିଟିଭ୍ ଥିଲା, ତାଙ୍କ ମୃତ୍ୟୁ ପରେ ମଧ୍ୟ 3.5 ଘଣ୍ଟା ପାଇଁ ଆମ୍ବୁଲାନ୍ସ ପାଇ ନଥିଲେ’ ବୋଲି କର୍ପୋରେଟର କହିଛନ୍ତି ।

ପ୍ରକାଶଥାଉକି, ସୋମବାର ମହାରାଷ୍ଟ୍ରରେ ମୋଟ 16,429 ନୂତନ କୋଭିଡ-19 ମାମଲା ସାମ୍ନାକୁ ଆସିଛି ଓ 423 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରାଜ୍ୟରେ ବର୍ତ୍ତମାନ ମୋଟ 9,23,641 କୋରୋନା ସଂକ୍ରମିତ ହେଲେଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.