ଲକ୍ଷ୍ନୌ: ଉତ୍ତରପ୍ରଦେଶର ଦେବରିଆ ଉପନିର୍ବାଚନ । କୌଣିସି ରାଜନୈତିକ ଦଳ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ହାତଛଡା କରୁନାହାଁନ୍ତି । ଏହି ଅବସରରେ ଏଠାରେ ଜଣେ ସ୍ବାଧୀନ ପ୍ରାର୍ଥୀ ନିଜର ନିଆରା ଶୈଳୀରେ ପ୍ରଚାର କରି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା କରିଛନ୍ତି । ଭୋଟରଙ୍କ ଗୋଡ ଧୋଇବା ସହ ଜୋତା ପଲିସ କରୁଛନ୍ତି ବିଧାୟକ ପ୍ରାର୍ଥୀ ।
ଉତ୍ତରପ୍ରଦେଶର ଦେବରିଆରେ ଉପନିର୍ବାଚନକୁ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଜୋରଦାର ପ୍ରଚାର ପ୍ରସାର ଆରମ୍ଭ ହୋଇଛି । ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳଗୁଡିକ ସାଉଣ୍ଡ ସିଷ୍ଟମ ଠାରୁ ନିର୍ବାଚନ ରାଲି ସହ ସଭାମଞ୍ଚ କରୁଛନ୍ତି । ଏହି ଉପନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବରେ ଲଢୁଥିବା ରାଜନ ଯାଦବ ତଥା ଅର୍ଥି ବାବା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଅନ୍ୟ ରାଜନୈତିକ ଦଳ ଠାରୁ ଭିନ୍ନ ଶୈଳୀରେ ପ୍ରଚାର କରୁଛନ୍ତି । ସେ ଭୋଟରଙ୍କ ପାଖକୁ ଯାଇ ଗୋଡ ଧୋଇବା ସହ ଜୋତା ପଲିସ କରି ଭୋଟ ପାଇଁ ନିବେଦନ କରୁଛନ୍ତି । ଏହା ସହ ଚାଷ କ୍ଷେତକୁ ଯାଇ ଧାନ କାଟିବା ସହ ଚାଷୀଙ୍କ ସହ ଆଲୋଚନା କରୁଛନ୍ତି ।
ରାଜନ ଯାଦବ କହିଛନ୍ତି ଯେ ‘ମୁଁ ମହିଳା ଓ ବୟସ୍କଙ୍କ ପାଦ ଧୋଉଛି, କାରଣ ସେମାନେ ହେଉଛନ୍ତି ଆମର ଭୋଟର । ଏହି ସମୟରେ ସେମାନେ ଆମର ନିର୍ବାଚନ କରୁଛନ୍ତି । ସେମାନେ ଆମ ପାଇଁ ଭଗବାନ ସଦୃଶ୍ୟ । ଆମେ ସେମାନଙ୍କ ଭୋଟରେ ବିଜୟ ହୋଇ ଘରଦ୍ବାର, ପଇସା ପେନସନ ସବୁକିଛି ପାଉଛୁ । ତେଣୁ ମୁଁ ତାଙ୍କର ପାଦ ଧୋଇବା ସହ ଜୋତା ପଲିସ କରୁଛି’ ।