ETV Bharat / bharat

ଦନ୍ତେୱାଡା ବିଜେପି ବିଧାୟକଙ୍କ ହତ୍ୟାକାଣ୍ଡ ପଛରେ ରାଜନୈତିକ ଷଡ଼ଯନ୍ତ୍ର: ଅମିତ ଶାହ

ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ କଲେ ଅମିତ ଶାହ । କହିଲେ ଦନ୍ତେୱାଡା ମାଓବାଦୀ ହିଂସା କାଣ୍ଡରେ ପ୍ରାଣ ହରାଇଥିବା ବିଜେପି ବିଧାୟକ ଭୀମା ମଣ୍ଡାୱୀଙ୍କ ହତ୍ୟା ପଛରେ ରାଜନୈତିକ ଷଡଯନ୍ତ୍ର । ଏଥିପ୍ରତି ସିବିଆଇ ଯାଞ୍ଚ କରିବା ଆବଶ୍ୟକ ।

ଫାଇଲ ଫଟୋ
author img

By

Published : Apr 13, 2019, 12:35 PM IST

ରାୟପୁର: ଦନ୍ତେୱାଡାରେ ବିଜେପି ବିଧାୟକ ଭୀମା ମଣ୍ଡାୱୀଙ୍କୁ ମାଓବାଦୀ ହତ୍ୟା କରିବା ଘଟଣା ନେଇ ଏକ ବଡ଼ ବୟାନ ଦେଇଛନ୍ତି ବିଜେପି ଅଧ୍ୟକ୍ଷ ଅମିତ ଶାହ । ସେ କହିଛନ୍ତି ଭୀମାଙ୍କ ମୃତ୍ୟୁ ପଛରେ ରାଜନୈତିକ ଷଡଯନ୍ତ୍ର ରହିଛି । ଏହାସହ ସେ ଦାବି କରି କହିଛନ୍ତି, ବିଜେପି ରାଜ୍ୟର ସମସ୍ତ 11ଟି ଆସନରେ ବିଜୟ ଲାଭ କରିବ ।

ଗତଥର ବିଧାନସଭା ନିର୍ବାଚନରେ ବିଜେପିକୁ 90 ଆସନରୁ ମାତ୍ର 15 ଆସନରେ ସଫଳତା ମିଳିଥିଲା। ଶୁକ୍ରବାର ଶାହ ରାଜନନ୍ଦଗାଁଓ ଜିଲ୍ଲାର ଡୋଙ୍ଗରଗାଁରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବାକୁ ଯାଇ ଏଭଳି ବୟାନ ଦେଇଥିଲେ । ସେ କହିଛନ୍ତି 2014 ମସିହାରେ ବିଜେପି 10 ଲୋକସଭା ଆସନରେ ଜିତିଥିଲା । ଚଳିତଥର ମଧ୍ୟ ବିଜେପି ରାଜ୍ୟର ସମସ୍ତ 11ଟି ଆସନ ହାସଲ କରିବ ।

ସୂଚନା ଥାଉକି, ଏପ୍ରିଲ 9 ତାରିଖରେ ଦନ୍ତେୱାଡାରେ ଘଟିଥିବା ମାଓ ହିଂସାକାଣ୍ଡରେ ମୃତ ବିଜେପି ବିଧାୟକ ଭୀମା ମଣ୍ଡାୱୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଅମିତ ଶାହ କହିଛନ୍ତି ଯେ, ଏହା ସାମାନ୍ୟ ଘଟଣା ନୁହେଁ ବରଂ ଏହା ଏକ ରାଜନୈତିକ ଷଡଯନ୍ତ୍ର ବୋଲି ଆଭାଷ ହେଉଛି । ଏହି ମାମଲାରେ ସିବିଆଇ ଯାଞ୍ଚ ହେବା ନିହାତି ଦରକାର ।

ଏହାସହ ବର୍ତ୍ତମାନର ସରକାର ଭୁପେଶ ବାଘେଲଙ୍କୁ ଅମିତ ଶାହା ପୁଣି ଟାର୍ଗେଟ କରିଛନ୍ତି । ସେ କହିଲେ ଯେ, ମୁଖ୍ୟମନ୍ତ୍ରୀ ବାଘେଲ କ୍ଷମତାକୁ ଆସିବା ପରେ ସିବିଆଇକୁ ରାଜ୍ୟରେ ଯାଞ୍ଚ କରିବାକୁ ମନା କଲେ। ଯେତେବେଳେ କି ଏଠାରେ 15 ବର୍ଷ ପର୍ଯ୍ୟନ୍ତ ରମଣ ସିଂଙ୍କ ସରକାର କେବେ ମଧ୍ୟ ଏଭଳି କରିନାହାଁନ୍ତି । ଏହା ଦ୍ବାରା ଗୋଟେ କଥା ସ୍ପଷ୍ଟ ହେଉଛି ଯେ, ଦନ୍ତେୱାଡା ବିଧାୟକଙ୍କ ମୃତ୍ୟୁ ମାମଲା ପଛରେ ନିଶ୍ଚୟ ରାଜନୈତିକ ଷଡଯନ୍ତ୍ର ଥିଲା ।

SLUG : RAMA NABAMI START 
FORMAT : AVO 
REPORT : DEBASIS MOHAPATRA / BHADRAK
DATE : 11.04.2019

ANCHOR : ଆସନ୍ତା 13 ତାରିଖ ଭଦ୍ରକରେ ପାଳନ ହେବ ପ୍ରସିଦ୍ଧ ଶ୍ରୀ ରାମନବମୀ ପୂଜା। ଏହି ପୂଜା ପାଇଁ ରାମନବମୀ ମହାଯଜ୍ଞ ସମିତି ପକ୍ଷରୁ ପ୍ରାରମ୍ଭିକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏନେଇ ଆଜି 1008 ମହିଳାଙ୍କ ଦ୍ୱାରା ଏକ ବିରାଟ କଳସ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଗାନ୍ଧୀ ପଡିଆରୁ ମହିଳା ମାନେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସାଳନ୍ଦୀ ନଦୀରେ ଗାଧୋଇବା ସହ କଳସରେ ପାଣି ନେଇ ସହର ପରିକ୍ରମା କରି ଯଜ୍ଞ ମଣ୍ଡପକୁ ଯାଇଥିଲେ। ଏହାପରେ ସେଠାରେ ଘଟ ସ୍ଥାପନ ପରେ ଆଜିଠାରୁ ଆରମ୍ଭ ହୋଇଛି ରାମନବମୀ ଉପଲକ୍ଷେ ମହାଯଜ୍ଞ। ଏହି ରାମନବମୀ ଏବଂ ମହାଯଜ୍ଞ କୁ ଦୃଷ୍ଟିରେ ରଖି ଶୃଙ୍ଖଳା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
Mojo ରେ ଭିଜୁଆଲ ଯାଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.