ୱାଶିଂଟନ୍: କୋରୋନା ଆକ୍ରାନ୍ତ ହେଲେ ମିସିସିପି ହାଉସ୍ ସ୍ପିକର ଫିଲିପ ଗୁନ୍ । ଏନେଇ ସେ ଫେସବୁକ୍ ରେ ଏକ ଭିଡିଓ ମାଧ୍ୟମରେ କହିଛନ୍ତି । ଅଧିକାରୀ କହିଛନ୍ତି ଯେ ସେ ନିଜକୁ ସେଲ୍ଫ କ୍ବାରେଣ୍ଟାଇନରେ ରଖିବେ । କୋରୋନା ପଜିଟିଭ ଆସିବା ପରେ ସେ ନିଜ ଘନିଷ୍ଠ ସମ୍ପର୍କୀୟମାନଙ୍କୁ ଜଣାଇଛନ୍ତି ଏବଂ ସଂକ୍ରମିତ ହେଲେ ଏହିସବୁ ସଚେତନତା ଅବଲମ୍ବନ କରିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗୁନ୍ 122 ସଦସ୍ୟ ବିଶିଷ୍ଟ ଗୃହର ଅଧିଷ୍ଠାତା ଭାବରେ ସମ୍ବୋଧନ କରୁଥିବାବେଳେ ବେଳେବେଳେ ମାସ୍କ ପିନ୍ଧୁଥିଲେ। ଆମେରିକାରେ 37 ଟି ରାଜ୍ୟରେ କୋରୋନା ମାମଲା ବୃଦ୍ଧି ପାଇଛି । ଫ୍ଲୋରିଡାରେ ରବିବାର ଦିନ 11,000ରୁ ଅଧିକ ନୂଆ ମାମଲା ରିପୋର୍ଟ ହୋଇଛି ।
@ANI