ETV Bharat / bharat

ଶିଲ୍ଲାମାଙ୍କ ବନ୍ଧୁ ସାଜିଛି ସାପ - କର୍ଣ୍ଣାଟକ ସାପ ଖବର

ଜଣେ ମହିଳା ନିଜ ବେକରେ ନାଗ ସାପକୁ ବେକରେ ଗୁଡାଇଛନ୍ତି । ସାପଟି ମଧ୍ୟ ନକାମୁଡି ପୋଷା ମାନିଲା ଭଳି ବେକରେ ରହିଛି । ଦେଖନ୍ତୁ ସମ୍ପୂର୍ଣ୍ଣ ଖବର...

miracle-this-lady-wears-snake-around-her-neck
ମହିଳାଙ୍କ ବେକରେ ସାପ ଦେଖି ଲୋକେ ଆଶ୍ଚର୍ଯ୍ୟ
author img

By

Published : Jan 8, 2020, 10:08 PM IST

Updated : Jan 8, 2020, 11:54 PM IST

ବେଙ୍ଗାଲୁର: କର୍ଣ୍ଣାଟକର ଗଡଗ ଜିଲ୍ଲାର କୋଟୁମଚାଗୀ ଗାଁରେ ରୁହନ୍ତି ଶିଲ୍ଲାମା । ଛଅ ମାସ ପୂର୍ବରୁ ଶିଲ୍ଲାମା ତାଙ୍କ ସ୍ବାମୀଙ୍କ ସହ ହୀରାବଗନା ଗାଁ ନିକଟରେ ଥିବା ଏକ କୁକୁଡା ଫାର୍ମକୁ କାମ କରିବାକୁ ଯାଇଥିଲେ । ଆଜି ଏଠାରେ କାମ କରିବା ସମୟରେ ଶିଲ୍ଲାମା ଏକ ନାଗ ସାପକୁ ଦେଖିଥିଲେ । ଆଉ ସାପଟିକୁ ଦେଖିବା ପରେ ହଠାତ୍‌ ତାକୁ ଧରି ନିଜ ବେକରେ ପକାଇଥିଲେ । ଏହି ଦୃଶ୍ୟକୁ ଲୋକେ ଦେଖିବା ପରେ ମହିଳାଙ୍କ ଶରୀରରେ ଭଗବାନ ପ୍ରବେଶ କରିଥିବା କହିଥିଲେ । ପାଖାପାଖି 6 ଫୁଟ ଲମ୍ବର ଏହି ସାପଟି ମହିଳାଙ୍କ ବେକରେ ଗୁଡାଇ ହୋଇ ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ ।

ଶିଲ୍ଲାମାଙ୍କ ବନ୍ଧୁ ସାଜିଛି ସାପ

ସାପଟିକୁ ଧରି ମହିଳା ଗାଁରେ ଥିବା ଶ୍ରୀ ଗଭିସିଦ୍ଧେଶ୍ବରୀ ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ବି ପହଞ୍ଚି ସେ ସାପ ସହ କିଛି ସମୟ ଖେଳିଥିଲେ । ତେବେ ସାପଟି ବିଷଧର ହୋଇନଥିବା ଜଣାପଡିଛି । ଦୁଇ ବର୍ଷ ପୂର୍ବ ଶିଲ୍ଲାମାଙ୍କ ଶରୀରରେ ଭଗବାନ ପ୍ରବେଶ କରିଥିବା ତାଙ୍କ ସ୍ବାମୀ ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Jan 8, 2020, 11:54 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.