ଜୟପୁର: ରାଜସ୍ଥାନର ବାରାଂ ଜିଲ୍ଲାରେ ମହିଳାଙ୍କ ପ୍ରତି ଅତ୍ୟାଚାର ଥମିବାର ନାଁ ନେଉନି । ପୁଣି ଜେଣ ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି । ପୀଡିତା ଜଣକ ନିଜେ ଥାନାରେ ଏତଲା ଦେଇଥିବା ଜଣାପଡିଛି ।
ପୀଡିତାଙ୍କ କହିବା ଅନୁଯାୟୀ ଅକ୍ଟୋବର 1 ତାରିଖ ଦିନ ତାଙ୍କ ବାପା ଓ ମାଆ ବାହାରକୁ ଯାଇଥିଲେ । ଏହି ସମୟରେ ଜଣେ ପଡୋଶୀ ତାଙ୍କ ଘରେ ଜୋର୍ ଜବରଦସ୍ତ ପଶି ତାଙ୍କ ସହ ଦୁଷ୍କର୍ମ କରିଥିଲେ । ବାରାଂ ସଦର ଥାନାଅଧିକାରୀ ଅନୀଶ ଅହମଦଙ୍କ କହିବା ଅନୁଯାୟୀ ଅକ୍ଟୋବର 2 ତାରିଖରେ ପୀଡିତା ଜଣକ ଥାନାକୁ ଆସି ତାଙ୍କ ପଡୋଶୀଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ କରିଥିଲେ ।
ଏହାପରେ ସଦର ଥାନା ପୋଲିସ୍ ପକ୍ଷରୁ ସୋମବାର ଦିନ ଅଦାଲତ ପକ୍ଷରୁ ଧାରା 164 ଅନୁଯାୟୀ ବୟାନ୍ ରେକର୍ଡ କରା।ଯାଇ ଘଟଣାର ଅଧିକ ତଦନ୍ତ କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ