ETV Bharat / bharat

ଶୋଇଥିବା ଅବସ୍ଥାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ, 2 ଗିରଫ - UP Minor girl gangraped

ଉତ୍ତରପ୍ରଦେଶର ହାଥରସ ଘଟଣା ଶାନ୍ତ ପଡି ନଥିବାବେଳେ ରାଜ୍ୟରେ ଦିନକୁ ଦିନ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା ସାମନାକୁ ଆସୁଛି । ଶୋଇଥିବା ସମୟରେ ନାବାଳିକାଙ୍କୁ ଦୁଷ୍କର୍ମ କରି ଅଭିଯୁକ୍ତ ଫେରାର । ଅଧିକ ପଢନ୍ତୁ..

ଶୋଇଥିବା ଅବସ୍ଥାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ, 2 ଗିରଫ

author img

By

Published : Oct 4, 2020, 4:36 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ହାଥରସ ଘଟଣା ଶାନ୍ତ ପଡି ନଥିବାବେଳେ ରାଜ୍ୟରେ ଦିନକୁ ଦିନ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା ସାମନାକୁ ଆସୁଛି । ରାଜ୍ୟର ସହାରନପୁର ଜିଲ୍ଲା ନକୁଡ ଅଞ୍ଚଳ ନିକଟସ୍ଥ ଏକ ଗ୍ରାମର ଜଣେ ନାବାଳିକା ଗତ ଶୁକ୍ରବାର ରାତିରେ ନିଜ ଘରେ ଶୋଇଥିବା ସମୟରେ 2ଜଣ ଯୁବକ ଘରେ ପଶି ଦୁଷ୍କର୍ମ କରିଥିବାର ଜଣାପଡିଛି । ପୋଲିସ 2 ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ପ୍ରକ୍ରିୟା ଜାରି ରଖିଛି ।

ଶୋଇଥିବା ଅବସ୍ଥାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ, 2 ଗିରଫ

ନାବାଳିକା ଜଣକ ରାତ୍ରି ସମୟରେ ନିଜ ଘରେ ଶୋଇଥିବାବେଳେ ପ୍ରାୟ 1ଟା 30ରେ 2ଜଣ ଯୁବକ ପାଚେରୀ ଡେଇଁ ଘରକୁ ପଶିଥିଲେ ଏବଂ ନାବାଳିକାକୁ ଦୁଷ୍କର୍ମ କରି ଫେରାର ହୋଇ ଯାଇଥିଲେ । ଏହା ପରେ ପୀଡିତାର ପରିବାର ଲୋକ 112ନଂରେ ପୋଲିସକୁ ଯୋଗାଯୋଗ କରି ଘଟଣା ସଂପର୍କରେ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାକୁ ତର୍ଜମା କରିଥିଲା । ଡାକ୍ତରୀ ମାଇନା ପାଇଁ ପୀଡିତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ବୋଲି ଏସପି ଅଶୋକ କୁମାର ମୀଣା ସୂଚନା ଦେଇଛନ୍ତି ।

ପୀଡିତା ପିତାଙ୍କ ଅଭିଯୋଗ କ୍ରମେ ନକୁଡ ଥାନା ପୋଲିସ 2 ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତଦନ୍ତ ପ୍ରକ୍ରିୟା ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.