ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲାରେ ଦଳିତ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗରେ ସ୍ଥାନୀୟ ପୋଲିସ 7 ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ।
ସୂଚନା ଅନୁସାରେ ଉକ୍ତ 7 ଅଭିଯୁକ୍ତ ଗଣଦୁଷ୍କର୍ମ ପରେ 14 ବର୍ଷିୟା ନାବାଳିକାକୁ ଜୀଅନ୍ତା ଜାଳି ଦେଇଛନ୍ତି । ତେବେ ଏହି ମାମଲାରେ ଏଯାବତ କାହାକୁ ଗିରଫ କରାଯାଇ ନାହିଁ । ତେବେ ଏହି ମାମଲାରେ ମୃତ ନାବାଳିକା କାମ କରୁଥିବା ଇଟାଭାଟି ମାଲିକ ଏବଂ 6 ଜଣ କର୍ମଚାରୀଙ୍କୁ ଅଟକ ରଖିଛି ପୋଲିସ ।