ହାଇଦ୍ରାବାଦ: ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଚଳନ୍ତା ଟ୍ରେନରେ ନ ଚଢିବାକୁ ରେଳ ମନ୍ତ୍ରଣାଳୟ ଟ୍ବିଟ୍ କରି ଅନୁରୋଧ କରିଛି । ପ୍ଲାଟଫର୍ମରେ ଟ୍ରେନ ଚାଲୁଥିବା ସମୟରେ ସେଥିରେ ନ ଚଢିବାକୁ ଏକ ଭିଡିଓ ପୋଷ୍ଟ କରି ରେଳ ମନ୍ତ୍ରଣାଳୟ ଏହା ଦର୍ଶାଇଛି।
ରେଳ ମନ୍ତ୍ରଣାଳୟ ନିଜ ଟ୍ବିଟର ଆକାଉଣ୍ଟରେ ଶୁକ୍ରବାର ଏକ ଭିଡିଓ ପୋଷ୍ଟ କରିଛି। ଯେଉଁଥିରେ ଦୁଇ ଜଣ ଯାତ୍ରୀ ଷ୍ଟେସନରେ ଏକ ଚଳନ୍ତା ଟ୍ରେନରେ ଚଢିବାକୁ ଚେଷ୍ଟା କରୁଛନ୍ତି । ପ୍ରଥମ ଯାତ୍ରୀଟି ଚଢିବାରେ ସଫଳ ହୋଇଥିବାବେଳେ ଦ୍ବିତୀୟ ଯାତ୍ରୀ ଜଣଙ୍କ ଚଢି ନପାରି ଖସି ପଡିଛି।
ପରେ ଆରପିଏଫ ଷ୍ଟାଫ୍ ତାଙ୍କୁ ଉଦ୍ଧାର କରିଛନ୍ତି। ଏହି ଘଟଣାଟି ଅହମ୍ମଦାବାଦ ଷ୍ଟେସନର ହୋଇଥିବା ରେଳ ମନ୍ତ୍ରଣାଳୟ ଦର୍ଶାଇଛି। ଏହା ସହ ସବୁବେଳେ ଲୋକେ ଭାଗ୍ୟବାନ ହେବେନାହିଁ ବୋଲି ଦର୍ଶାଇବା ସହ ଏପରି ନକରିବାକୁ କହିଛି ।