ନୂଆଦିଲ୍ଲୀ : ଲକଡାଉନରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ଛାତ୍ରଛାତ୍ରୀ, ପର୍ଯ୍ୟଟକ ଏବେ ଘରକୁ ଫେରୁଛନ୍ତି। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ସ୍ବତନ୍ତ୍ର ଶ୍ରମିକ ଟ୍ରେନର ବ୍ୟବସ୍ଥା କରାଯାଇଛି । ଯାତ୍ରୀଙ୍କୁ ନିଜେ ଟ୍ରେନ ଭଡା ଭରିବା ନେଇ ଖବର ଆସିଥିଲା । ଯାହାକୁ ନେଇ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଥିଲା । ଏହାର ଜବାବ ରଖିଛି ରେଳମନ୍ତ୍ରଣାଳୟ ।
କଂଗ୍ରେସ ଅଭିଯୋଗର ରେଳ ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ଦେଇ କହିଛି, ଭାରତୀୟ ରେଳ ବିଭାଗ କୌଣସି ଯାତ୍ରୀଙ୍କ ଠାରୁ ଭଡା ଆଦାୟ କରୁନାହିଁ । ଏମାନଙ୍କ ଖର୍ଚ୍ଚ ରାଜ୍ୟ ସରକାରଙ୍କ ବହନ କରିବେ । ଏଥିପାଇଁ ସେମାନଙ୍କ ଠାରୁ 15 ପ୍ରତିଶତ ଆଦାୟ କରାଯାଉଛି । ଶ୍ରମିକ ସ୍ପେଶାଲ ଟ୍ରେନ ପାଇ ଯାତ୍ରୀଙ୍କୁ ଗୋଟିଏ ଟିକେଟ ଜାରି କରାଯାଉଛି ।
ରେଳବାଇ ପକ୍ଷରୁ ଜାରି ଆଉ ଏକ ବିବୃତିରେ କହିଛି ଯେତେବେଳେ ଶ୍ରମିକଙ୍କୁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ଦିଆଯିବା ପରେ ମଧ୍ୟ ସାମାଜିକ ଦୂରତ୍ବକୁ ପାଳନ କରାଯାଉଛି । ପ୍ରତ୍ୟେକ ପ୍ରବାସୀ ଶ୍ରମିକଙ୍କୁ ରେଳବାଇରୁ ମାଗଣା ଖାଦ୍ୟ ସହ ପାଣି ବୋତଲ ଦିଆଯାଉଛି ।
ଆହୁରି ମଧ୍ୟ ବିଭାଗ ପକ୍ଷରୁ କୁହାଯାଇଛି, ପ୍ରବାସୀ ଶ୍ରମିକଙ୍କ ଯାତ୍ରା ପ୍ରଥମେ ସବସିଡିରେ ଥିଲା। ଶ୍ରମିକଙ୍କ ସ୍କ୍ରିନିଂ ପାଇଁ ନିୟୋଜିତ ଡାକ୍ତର, ସୁରକ୍ଷାବଳ, ରେଳ କର୍ମଚାରୀଙ୍କ ଖର୍ଚ୍ଚ କେନ୍ଦ୍ର ବହନ କରୁଛି । କେବଳ ରାଜ୍ୟ ସରକାରଙ୍କ ଠାରୁ ଭଡାର 15 ପ୍ରତିଶତ ଆଦାୟ କରାଯାଉଛି ।
ଶ୍ରମିକ ସ୍ପେଶାଲ ଟ୍ରେନକୁ ନେଇ ରେଳମନ୍ତ୍ରଣାଳୟର ସ୍ପଷ୍ଟିକରଣ - ଶ୍ରମିକ ସ୍ପେଶାଲ ଟ୍ରେନକୁ ନେଇ ରେଳମନ୍ତ୍ରଣାଳୟର ସ୍ପଷ୍ଟିକରଣ
ଶ୍ରମିକ ସ୍ପେଶାଲ ଟ୍ରେନକୁ ନେଇ ରେଳମନ୍ତ୍ରଣାଳୟର ସ୍ପଷ୍ଟିକରଣ । ଯାତ୍ରୀଙ୍କ ଠାରୁ ଆଦାୟ ହେଉନି ଟିକେଟ ଭଡା । ଅଧିକ ପଢନ୍ତୁ...
![ଶ୍ରମିକ ସ୍ପେଶାଲ ଟ୍ରେନକୁ ନେଇ ରେଳମନ୍ତ୍ରଣାଳୟର ସ୍ପଷ୍ଟିକରଣ ଶ୍ରମିକ ସ୍ପେଶାଲ ଟ୍ରେନକୁ ନେଇ ରେଳମନ୍ତ୍ରଣାଳୟର ସ୍ପଷ୍ଟିକରଣ](https://etvbharatimages.akamaized.net/etvbharat/prod-images/768-512-7052262-1109-7052262-1588573197029.jpg?imwidth=3840)