ETV Bharat / bharat

ସୀମାରେ ଉତ୍ତେଜନା ମଧ୍ୟରେ 72 ହଜାର ଆମେରିକୀୟ ରାଇଫଲ କ୍ରୟକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ମଞ୍ଜୁରୀ

ଭାରତୀୟ ସୈନ୍ୟବାହିନୀ ପାଇଁ 72,000 ଅତିରିକ୍ତ ଆମେରିକୀୟ ସିଗସୋର ରାଇଫଲ କ୍ରୟକୁ ଅନୁମୋଦନ ପ୍ରଦାନ କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ବରେ ପ୍ରତିରକ୍ଷା ଅଧିଗ୍ରହଣ କମିଟି ସୋମବାର ଏହି କ୍ରୟକୁ ଅନୁମୋଦନ ଦେଇଛି । ଅଧିକ ପଢନ୍ତୁ...

ସୀମାରେ ଉତ୍ତେଜନା ମଧ୍ୟରେ 72 ହଜାର ଆମେରିକୀୟ ରାଇଫଲ କ୍ରୟକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ମଞ୍ଜୁରୀ
ସୀମାରେ ଉତ୍ତେଜନା ମଧ୍ୟରେ 72 ହଜାର ଆମେରିକୀୟ ରାଇଫଲ କ୍ରୟକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ମଞ୍ଜୁରୀ
author img

By

Published : Sep 28, 2020, 10:33 PM IST

ନୂଆଦିଲ୍ଲୀ: ଚୀନ ସହିତ ଜାରି ଉତ୍ତେଜନା ମଧ୍ୟରେ ମଧ୍ୟରେ ଭାରତୀୟ ସୈନ୍ୟବାହିନୀ ପାଇଁ 72,000 ଅତିରିକ୍ତ ଆମେରିକୀୟ ସିଗସୋର ରାଇଫଲ କ୍ରୟକୁ ଅନୁମୋଦନ ପ୍ରଦାନ କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ନେତୃତ୍ବରେ ପ୍ରତିରକ୍ଷା ଅଧିଗ୍ରହଣ କମିଟି ସୋମବାର ଏହି କ୍ରୟକୁ ଅନୁମୋଦନ ଦେଇଛି। ଏହା ସହିତ ପ୍ରତିରକ୍ଷା କ୍ଷେତ୍ରରେ ବିଦେଶୀ ପୁଞ୍ଜି ବିନିଯୋଗ ସହିତ ଦେଶକୁ ଆତ୍ମନିର୍ଭର କରିବା ପାଇଁ ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟା -2020 ଲିଷ୍ଟ ମଧ୍ୟ ପ୍ରକାଶ ପାଇଛି ।

ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ସୋମବାର ସୈନ୍ୟବାହିନୀ ପାଇଁ ଆମେରିକୀୟ ରାଇଫଲ କ୍ରୟକୁ ଅନୁମୋଦନ ମିଳିଛି । 7.62x51 ମିମି ବୋରର ଏହି ରାଇଫଲଗୁଡିକର ମୋଟ ମୂଲ୍ୟ ହେଉଛି 780 କୋଟି ଟଙ୍କା |

ଏହି ଡିଲରେ କେତେ ରାଇଫଲ କିଣାଯିବ ଏନେଇ କୌଣସି ସୂଚନା ମିଳିନାହିଁ । ଗତ ବର୍ଷ ଅର୍ଥାତ୍ 2019 ରେ 72400 ସିଗାସୋର ରାଇଫଲର କ୍ରୟ ପାଇଁ ପ୍ରାୟ 700 କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । 2019 ରେ ସ୍ବାକ୍ଷରିତ ହୋଇଥିବା ଚୁକ୍ତି ସହିତ ରାଇଫଲଗୁଡିକ ଭାରତୀୟ ଯବାନଙ୍କ ପାଇଁ ଅଧିଗ୍ରହଣ କରାଯିବ |

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.