ETV Bharat / bharat

ଆୟୁଷ ମନ୍ତ୍ରଣାଳୟର ନୂଆ ଗାଇଡଲାଇନ; ଖାଆନ୍ତୁ ହଳଦୀ ଓ ଜିରା, କରନ୍ତୁ ଯୋଗାଭ୍ୟାସ - ministry of ayush issues new guidelines

କୋରୋନା ସଂକ୍ରମଣକୁ ରୋକିବାକୁ ଏବେ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ଯାହାକୁ ନେଇ କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଏବଂ ଆୟୁଷ ମନ୍ତ୍ରୀ ଶ୍ରୀପଦ ଯଶୋ ନାୟକ ଆଜି(ମଙ୍ଗଳବାର) ଏକ ନୂଆ ଗାଇଡଲାଇନ ଜାରି କରିଛନ୍ତି ।

ନୂଆ ଗାଇଡଲାଇନ
ନୂଆ ଗାଇଡଲାଇନ
author img

By

Published : Oct 6, 2020, 4:37 PM IST

ନୂଆଦିଲ୍ଲୀ: ବିଗତ 10 ମାସ ଧରି ଭାରତ ସମେତ ସାରା ବିଶ୍ବ ମହାମାରୀ କୋରୋନା ଭାଇରସ ସହ ଲଢେଇ ଜାରି ରଖିଛି । ଭାରତରେ ପ୍ରତିଦିନ କୋରୋନା ସଂକ୍ରମିତଙ୍କ ମାମଲା ସାମ୍ନାକୁ ଆସୁଥିବାବେଳେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଦେଶରେ କୋରୋନା ଜନିତ ଆରୋଗ୍ୟ ହାରକୁ ଦେଖି ସାମାନ୍ୟ ଆଶ୍ବସ୍ତୀ ହେଉଥିଲେ ବି ସରକାରଙ୍କ ପକ୍ଷରୁ ଏହାକୁ ନେଇ ଏବେ ବି ବିପଦ ଟଳି ନଥିବା କୁହାଯାଇଛି । ଏହାସହ ଭ୍ୟାକସିନ ବାହାରି ନଥିବା କାରଣରୁ ଲୋକଙ୍କୁ ଅତ୍ୟନ୍ତ ସାମଧାନତା ସହ ରହିବାକୁ ପରାମର୍ଶ ଦିଆଯାଉଛି । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିପାଇଁ ପ୍ରତିଦିନ ଗରମ ପାଣି ପିଇବା ଓ ଯୋଗ ଏବଂ ହଦଳୀ କ୍ଷୀର ପିଇବାକୁ ପରାମର୍ଶ ଦିଆଯାଇଛି । ଏହାସହ ଅଶ୍ବଗନ୍ଧା ଏବଂ ଗିଲୋଇର ବ୍ୟବହାର କୋଭିଡ ସଂକ୍ରମଣ ରୋକିବାରେ ସହାୟକ ହୋଇଥାଏ ।

କୋରୋନା ସଂକ୍ରମଣକୁ ରୋକିବାକୁ ଏବେ ଆୟୁଷ ମନ୍ତ୍ରାଳୟ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ଯାହାକୁ ନେଇ କେନ୍ଦ୍ରୀୟ ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଏବଂ ଆୟୁଷ ମନ୍ତ୍ରୀ ଶ୍ରୀପଦ ଯଶୋ ନାୟକ ଆଜି(ମଙ୍ଗଳବାର) ଏକ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଯେଉଁଥିରେ କୁହାଯାଇଛି ଯେ, ଚିକିତ୍ସା ଠାରୁ ଭଲ ପ୍ରତିଶେଧକ । ଏଥିପାଇଁ ଆମ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଆବଶ୍ୟକ ।

ଆସନ୍ତୁ ଜାଣିବା ଆୟୁଷ ମନ୍ତ୍ରଣାଳୟର ନୂତନ ନିର୍ଦ୍ଦେଶାବଳୀ କ’ଣ-

- ଆୟୁଷ ମନ୍ତ୍ରଣାଳୟ କହିଛି ଯେ, ଦିନସାରା ଗରମ ପାଣି ପିଅନ୍ତୁ, ଏହାସହ ଗରମ ସତେଜ ରନ୍ଧାଖାଦ୍ୟ ଖାଆନ୍ତୁ ।

- ଅତି କମରେ 30 ମିନିଟ୍ ଯୋଗ, ପ୍ରାଣାୟାମ ଏବଂ ଧ୍ୟାନ ଅଭ୍ୟାସ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।

- ରାନ୍ଧିବା ସମୟରେ ହଳଦୀ, ଜିରା ଏବଂ ଧନିଆଁ ଭଳି ମସଲାର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି ।

-ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ସକାଳେ 1 ଚାମଚ ଚମନପ୍ରାସ ଖାଇବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି।

-ଯେଉଁମାନେ ମଧୁମେହ ରୋଗୀ, ସେମାନଙ୍କୁ ସୁଗାର ନଥିବା ଚମନପ୍ରାସ ଖାଇବାକୁ ପରାମର୍ଶ ଦିଆଯାଇଛି ।

-ଦିନକୁ ଥରେ କିମ୍ବା 2ଥର ହର୍ବାଲ ଚା ପିଅନ୍ତୁ । ତଳସୀ, ଡାଲଚିନି, ଗୋଲମରିଚ, ଶୁଖିଲା ଅଦା ଏବଂ କିସମିସ ପକାଇ କାଢା କରି ପିଇ ପାରିବେ ।

- 150 ମିଲି ଗରମ କ୍ଷୀରରେ ଅଧା ଚାମଚ ହଳଦୀ ପକାଇ ପିଇବାକୁ ପରାମର୍ଶ ଦିଆଯାଇଛି ।

- ସକାଳ ଓ ସଂନ୍ଧ୍ୟାରେ ଉଭୟ ନାକରେ ନଡ଼ିଆ ତେଲ କିମ୍ବା ଘିଅ ଲଗାନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.