ଲକ୍ଷ୍ନୌ: ଯୋଗୀ ସରକାରଙ୍କ ଆଉ ଜଣେ ମନ୍ତ୍ରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ସୋମବାର ଉତ୍ତରପ୍ରଦେଶ ମନ୍ତ୍ରୀ ମୋହସିନ ରଜା କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏନେଇ ସୋ ଖୋଦ ଟ୍ବିଟ କରି ସୂଚନା ଦେଇଛନ୍ତି ।
- — Mohsin Raza (@Mohsinrazabjpup) August 31, 2020 " class="align-text-top noRightClick twitterSection" data="
— Mohsin Raza (@Mohsinrazabjpup) August 31, 2020
">— Mohsin Raza (@Mohsinrazabjpup) August 31, 2020
ରାଜ୍ୟମନ୍ତ୍ରୀ ମୋହସିନ ରଜା ନିଜ ଟ୍ବିଟରରେ ଲେଖିଛନ୍ତି, ପୂର୍ବରୁ ମୋର କେତେଜଣ ଅଧିକାରୀ କୋରୋନାରେ ସଂକ୍ରମିତ ହୋଇଥିଲେ । ମୋତେ କୋରୋନା ଭାଇରସର କିଛି ଲକ୍ଷଣ ଅନୁଭୂତ ହୋଇଥିଲା । ଯାହାକୁ ଦୃଷ୍ଟିରେ ରଖି ମୁଁ କୋରୋନା ପରୀକ୍ଷା କରିଥିଲି । ମୋ କୋରୋନା ରିପୋର୍ଟ ପଜିଟିଭ ଆସିଛି । ମୋ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି କୋରୋନା ଗାଇଡଲାଇନ ଅନୁଯାୟୀ ସଂଗରୋଧରେ ରହିବା ସହ କୋରୋନା ପରୀକ୍ଷା କରିବାକୁ ମୋର ନିବେଦନ ।
ତେବେ ଡାକ୍ତରଙ୍କ ପରମାର୍ଶକ୍ରମେ ସେ ନିଜ ସରକାରୀ ବାସଭବନରେ ହିଁ ସଂଗରୋଧରେ ରହିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏଥିସହ ସେ ଜନସାଧାରଣଙ୍କୁ କୋଭିଡ ନିୟମ ପାଳନ କରି ସାବଧାନତା ଅବଲମ୍ବନ କରିବାକୁ ନିବେଦନ କରିଛନ୍ତି । ଏହା ପୂର୍ବରୁ ଯୋଗୀ ସରକାରଙ୍କ ମନ୍ତ୍ରୀ ଚେତନ ଚୌହାନ ଏବଂ କମଲା ରାନୀଙ୍କର କୋରୋନାରେ ମୃତ୍ୟୁ ଘଟିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ