ଡେରାଦୁନ: ଡେରାଦୁନ ତେହେରୀ ରେଞ୍ଜରେ ବନବିଭାଗ କର୍ମଚାରୀଙ୍କୁ ଆକ୍ରମଣ କଲେ ଖଣି ମାଫିଆ । ବାଡି ଓ ଠେଙ୍ଗାରେ ଆକ୍ରମଣ କରି ଲୁଟିନେଲେ ଟଙ୍କା ଓ ଏଟିଏମ କାର୍ଡ । ଫଳରେ ଜଣେ ବନ କର୍ମଚାରୀ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଏହି ମାମାଲରେ ପୋଲିସ ହତ୍ୟା ଉଦ୍ୟମ, ଡକାୟତି ତଥା ଜଙ୍ଗଲକ୍ଷେତ୍ରରେ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଦୁଇ ଅଭିଯୁକ୍ତ ତଥା ଅନ୍ୟ 15 ଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ଦାୟର କରିଛି।
ତେବେ ମେ 21 ରେ ନଖୋଲିର ଜୋଲଟା ନାମ ଟୋକରେ କିଛି ଲୋକ ସରକାରୀ ଜମିରେ ବେଆଇନ ଖଣି ଖନନ କରୁଛନ୍ତି ଓ ଗଛ କାଟୁଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ତିନି ବନକର୍ମଚାରୀ ସେଠାକୁ ନୀରିକ୍ଷଣ ପାଇଁ ଯାଇଥିଲେ । ହେଲେ ତାଙ୍କୁ ସେଠାରେ 15 ରୁ 20 ଲୋକ ବାଡିରେ ଅଟକାଇ ଦେଇଥିଲେ ।
ସେମାନେ କିଛି ବୁଝିବା ବା ଶୁଣିବା ପୂର୍ବରୁ ଦୂର୍ବୃତ୍ତମାନେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଏପରିକି ଗୁରୁତର ଅବସ୍ଥାରେ ଜଣେ ବନ କର୍ମଚାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେପଟେ 15 ଅଭିଯୁକ୍ତକୁ ଗିରଫ କରିବାକୁ ପୋଲିସ ଉଦ୍ୟମ ଚଳାଇଛି ।