ETV Bharat / bharat

ଲକଡାଉନ ପ୍ରଭାବ: ଉତ୍ତରାଖଣ୍ଡରେ ନଷ୍ଟ ହେଉଛି ଲକ୍ଷାଧିକ ଟଙ୍କାର ଲିଲିୟମ ଫୁଲ - ଉତ୍ତରାଖଣ୍ଡରେ ନଷ୍ଟ ହେଉଛି ଲକ୍ଷାଧିକ ଟଙ୍କାର ଲିଲିୟମ ଫୁଲ

କୋଭିଡ-19 କାରଣରୁ ଲାଗୁ ହୋଇଥିବା ଲକଡାଉନ ମଧ୍ୟରେ ଉତ୍ତରାଖଣ୍ଡ ଚାଷୀଙ୍କୁ ଭୋଗିବାକୁ ପଡୁଛି ବହୁ ସମସ୍ୟା । ବିକ୍ରି ହୋଇନପାରି ସଢୁଛି ହଜାର ହଜାର ଲିଲିୟମ ଫୁଲ । ଅଧିକ ପଢନ୍ତୁ...

ଉତ୍ତରାଖଣ୍ଡରେ ନଷ୍ଟ ହେଉଛି ଲକ୍ଷାଧିକ ଟଙ୍କାର ଲିଲିୟମ ଫୁଲ
ଲକଡାଉନ ପ୍ରଭାବ: ଉତ୍ତରାଖଣ୍ଡରେ ନଷ୍ଟ ହେଉଛି ଲକ୍ଷାଧିକ ଟଙ୍କାର ଲିଲିୟମ ଫୁଲ
author img

By

Published : Jul 7, 2020, 6:07 PM IST

ଡେରାଡୁନ: ଉତ୍ତରାଖଣ୍ଡ ଏକ ଥଣ୍ଡା ସ୍ଥାନ । ପ୍ରଥମେ ଏଠାରେ ଟ୍ୟୁଲିପ ଚାଷ ଆରମ୍ଭ ହୋଇଥିବାବେଳେ, ବର୍ତ୍ତମାନ ଏଠାରେ ଧିରେ ଧିରେ ଲିଲିୟମ ଫୁଲ ଚାଷ ଆରମ୍ଭ ହୋଇଯାଇଛି । କାରଣ ଏହି 2ଟି ଫୁଲ ଶୀତଳ ପରିବେଶରେ ବେଶ ସୁନ୍ଦର ଭାବେ ଫୁଟିଥାନ୍ତି । ଏହା ବାଦ ଏହି ଫୁଲରୁ ଲକ୍ଷାଧିକ ଟଙ୍କା ଆଦାୟ ହୋଇଥାଏ । ତେଣୁ ଏଠାକାର କୃଷକ ଏବେ ଏହି ଚାଷ କରିବାକୁ ମନ ବଳାଉଛନ୍ତି ।

ଉତ୍ତରାଖଣ୍ଡରେ ନଷ୍ଟ ହେଉଛି ଲକ୍ଷାଧିକ ଟଙ୍କାର ଲିଲିୟମ ଫୁଲ
ଲକଡାଉନ ପ୍ରଭାବ: ଉତ୍ତରାଖଣ୍ଡରେ ନଷ୍ଟ ହେଉଛି ଲକ୍ଷାଧିକ ଟଙ୍କାର ଲିଲିୟମ ଫୁଲ

ହେଲେ, କୋଭିଡ-19 କାରଣରୁ ଲାଗୁ ହୋଇଥିବା ଲକଡାଉନ ମଧ୍ୟ ସୌନ୍ଦର୍ଯ୍ୟ ଏବଂ ସୁଗନ୍ଧର ଶତ୍ରୁ ଭାବେ ପ୍ରମାଣିତ ହୋଇଛି । ଉତ୍ତରାଖଣ୍ଡ ଅଲମୋଡାର ଧୌଲାଦେବୀ ବ୍ଲକର ଚାଷୀମାନଙ୍କୁ ଲକ୍ଷାଧିକ ଫୁଲ ଫୋପାଡିବାକୁ ବାଧ୍ୟ ହୋଇଛନ୍ତି । ଏହି ବ୍ଲକରେ ବହୁ ପରିମାଣରେ ଲିଲିୟମ ଚାଷ ​ହେଉଥିବାବେଳେ, କିନ୍ତୁ ଏଥର କୋରୋନା କାରଣରୁ ଗୋଟିଏ ଫୁଲ ବଜାରରେ ବିକ୍ରି ହୋଇନାହିଁ । ଏହି କାରଣରୁ କୃଷକମାନେ ବହୁ ମାତ୍ରାରେ କ୍ଷତି ସହିଛନ୍ତି। କିଛି କୃଷକ ଏପରି ଅଛନ୍ତି ଯେଉଁମାନେ ପ୍ରଥମ ଥର ପାଇଁ ଚାଷ ଆରମ୍ଭ କରିଥିଲେ ଏବଂ ଫୁଲ ଫୁଟିବା ସମୟରେ ହିଁ ଦେଶରେ ଲକଡାଉନ ଘୋଷଣା କରାଗଲା। ଯାହାଫଳରେ ସମସ୍ତ ପରିଶ୍ରମ ଓ ଅର୍ଥ ଧୂଳିସାତ ହେଲା ।

ଥଣ୍ଡା ଜଳବାୟୁରେ ବଢୁଥିବା ଲିଲିୟମ ଏକ ଅତି ସୁନ୍ଦର ଫୁଲ । ଦେଶରେ ଟ୍ୟୁଲିଫ ଫୁଲ ପରେ ଲିଲିୟମ ହେଉଛି ଏକମାତ୍ର ଫୁଲ ଯାହାର ଚାହିଦା ବହୁତ ଭଲ । ତେଣୁ ଏବେ ପାହାଡି ଅଞ୍ଚଳର ଯୁବକମାନେ ମଧ୍ୟ ଲିଲିୟମ ଚାଷ ​​କରିବା ଆରମ୍ଭ କରିଛନ୍ତି।

ବିକ୍ରି ହୋଇନପାରି ସଢୁଛି ହଜାର ହଜାର ଲିଲିୟମ ଫୁଲ

କିନ୍ତୁ ଲକଡାଉନ ପାଇଁ ଚାଷୀଙ୍କୁ ଅନେକ କ୍ଷତି ସହିବାକୁ ପଡୁଛି । ଜଣେ ଚାଷୀ ଦୀନେଶ ରାୱତ କହିଛନ୍ତି ଯେ, ସେ ଲିଲିୟମ ଫୁଲ ପାଇଁ ବଲବ ସମେତ ଅନ୍ୟାନ୍ୟ ପ୍ରସ୍ତୁତିରେ 2 ଲକ୍ଷ 80 ହଜାର ଟଙ୍କା ଖର୍ଚ୍ଚ କରିଥିଲେ। ସମସ୍ତ କଠିନ ପରିଶ୍ରମ ଏବଂ ସମସ୍ତ ଟଙ୍କା ତାଙ୍କର ବୁଡ଼ିଗଲା ।

ଅଲମୋଡା ଜିଲ୍ଲାପାଳ ନିତିନ ଭଦୌରିଆ କହିଛନ୍ତି ଯେ ସେ ଲିଲିୟମ ଫୁଲ ଦ୍ବାରା ଧୌଲାଦେବୀ ବ୍ଲକକୁ ପାଇଁ ପ୍ରସିଦ୍ଧ କରିବାକୁ ଚାହୁଁଛନ୍ତି। ଗ୍ରାମ ପ୍ରକଳ୍ପ ସହାୟତାରେ କୃଷକମାନେ ଚାଷ କାର୍ଯ୍ୟ ଆରମ୍ଭ କଲେ, କିନ୍ତୁ ବଜାର ବନ୍ଦ ଯୋଗୁଁ ସମସ୍ୟା ବଢିଚାଲିଛି। ବର୍ତ୍ତମାନ ପୁନର୍ବାର ଉତ୍ପାଦିତ ହେବ । ଭଦୋରିଆ କହିଛନ୍ତି ଯେ, ପ୍ରଶାସନ କୃଷକମାନଙ୍କୁ କ୍ଷତିସହିବାକୁ ଦେବ ନାହିଁ, ସେମାନଙ୍କୁ ସାହାଯ୍ୟ କରାଯିବ।

ବେରୋଜଗାରଙ୍କ ପାଇଁ ଲିଲିୟମ ଚାଷ ​​ବେଶ ଭଲ । କୃଷକମାନେ ଏଥିରୁ ଲକ୍ଷ ଲକ୍ଷ ରୋଜଗାର କରିପାରିବେ । ତେବେ, ଯେଉଁ କୃଷକମାନେ ଏପ୍ରିଲ, ମେ ଏବଂ ଜୁନର ଗ୍ରୀଷ୍ମ ଋତୁ ଅନୁଯାୟୀ ଲିଲିୟମ ଫୁଲ ପ୍ରସ୍ତୁତ କରିଥିଲେ, ସେମାନେ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିଛନ୍ତି । ଅନେକ ବିଶେଷଜ୍ଞ କହିଛନ୍ତି ଯେ ପ୍ରଥମ ଥର ଯଦି କୃଷକମାନେ ଲକ୍ଷ ଲକ୍ଷ ହରାନ୍ତି, ତେବେ ସେମାନଙ୍କୁ ପୁନରୁଦ୍ଧାର କରିବା କଷ୍ଟକର ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.