କାର୍ଗିଲ: ଶୁକ୍ରବାର ସନ୍ଧ୍ୟାରେ ଲଦାଖର ଉତ୍ତର-ପଶ୍ଚିମ କାର୍ଗିଲରେ ମୃଦୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.5 ରେକର୍ଡ କରାଯାଇଛି । ସନ୍ଧ୍ୟା ପ୍ରାୟ 8ଟା 15 ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା ।
ଏହାର ଉତ୍ପତ୍ତିସ୍ଥଳ ଉତ୍ତରକୁ 36.00 ନଟ୍ ଓ ପୂର୍ବକୁ 74.82 ନଟ୍ ରହିଥିବା ଜଣାପଡିଛି । ଏନେଇ ସୂଚନା ଦେଇଛି ଭୂକମ୍ପ ଅଧ୍ୟୟନକାରୀ ଜାତୀୟ ସଂସ୍ଥା । ତେବେ ଏହା କାର୍ଗିଲଠାରୁ 200 କିଲୋମିଟର ଉତ୍ତର-ପଶ୍ଚିମରେ ଅନୁଭୂତ ହୋଇଥିବା ଜଣାପଡିଛି ।