ETV Bharat / bharat

ମୃଦୁ ଭୂକମ୍ପରେ ଥରିଲା ଜମ୍ମୁ ଓ କାଶ୍ମୀର, ତୀବ୍ରତା 3.9 ରେକର୍ଡ

ମୃଦୁ ଭୂକମ୍ପରେ ଥରିଲା ଜମ୍ମୁ ଓ କାଶ୍ମୀର। ରିକ୍ଟର ସ୍କେଲରେ ତୀବ୍ରତା 3.9 ରେକର୍ଡ କରାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଶ୍ରୀନଗରର 15 କିଲୋମିଟର ଉତ୍ତର-ଉତ୍ତର ପୂର୍ବରେ 10 କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା।

author img

By

Published : Jun 9, 2020, 9:35 AM IST

ମୃଦୁ ଭୂକମ୍ପରେ ଥରିଲା ଜମ୍ମୁ ଓ କାଶ୍ମୀର, ତୀବ୍ରତା 3.9 ରେକର୍ଡ
ମୃଦୁ ଭୂକମ୍ପରେ ଥରିଲା ଜମ୍ମୁ ଓ କାଶ୍ମୀର, ତୀବ୍ରତା 3.9 ରେକର୍ଡ

ଶ୍ରୀନଗର: ମୃଦୁ ଭୂକମ୍ପରେ ଥରିଲା ଜମ୍ମୁ କାଶ୍ମୀର। ରିକ୍ଟର ସ୍କେଲରେ ତୀବ୍ରତା 3.9 ରେକର୍ଡ କରାଯାଇଛି। ଏହି ଭୂକମ୍ପର ଝଟକା ମଙ୍ଗଳବାର ସକାଳ ପ୍ରାୟ 8.16 ସମୟରେ ଅନୁଭୂତ ହୋଇଥିଲା ବୋଲି ଜାତୀୟ ସେଣ୍ଟର ଫର୍ ସେସିମୋଲୋଜି ପକ୍ଷରୁ ସୂଚନା ମିଳିଛି। ଭୂକମ୍ପର କେନ୍ଦ୍ରସ୍ଥଳ ଶ୍ରୀନଗରର 15 କିଲୋମିଟର ଉତ୍ତର-ଉତ୍ତର ପୂର୍ବରେ 10 କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା।

ସୋମବାର (ଜୁନ୍ 8) ରେ ଗୁରୁଗ୍ରାମର ହରିୟାଣାକୁ ଭୂକମ୍ପର ଝଟକା ଲାଗିଥିଲା। ରିକ୍ଟର ସ୍କେଲରେ ତୀବ୍ରତା 2.1 ରହିଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଗୁରୁଗ୍ରାମର ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ 13 କିଲୋମିଟର ଥିଲା।

ସେହିପରି ରବିବାର (ଜୁନ୍ 7) ସକାଳ 11:55 ରେ ରିକ୍ଟର ସ୍କେଲରେ 1.3 ତୀବ୍ରତାର ମୃଦୁ ଭୂକମ୍ପ ଦିଲ୍ଲୀକୁ ଥରାଇ ଥିଲା। ଏହାପୂର୍ବରୁ ମେ 29 ରେ ହରିୟାଣାର ରୋହତକରେ 4.6 ଏବଂ 2.9 ମ୍ୟାଗ୍ନିଚ୍ୟୁଡର ଦୁଇଟି ଭୂକମ୍ପ ଅନୁଭୂତ ହୋଇଥିଲା।

ଦେଶର କେତେକ ବରିଷ୍ଠ ଭୂତତ୍ବବିତ୍ ଙ୍କ କହିବାନୁସାରେ, ଦେଶରେ ଗତ କିଛି ମାସ ମଧ୍ୟରେ ଲଗାତର ଭୂକମ୍ପର ଝଟକା ଅନୁଭୂତ ହେଉଛି। ସେଥିମଧ୍ୟରୁ ଦିଲ୍ଲୀ-ଏନସିଆରକୁ 10 ଥର ନିମ୍ନ ଧରଣର ଭୂକମ୍ପ ଝଟକା ସୂଚିତ କରେ ଯେ ନିକଟ ଭବିଷ୍ୟତରେ ଭାରତର ଜାତୀୟ ରାଜଧାନୀରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭବ କରିବାକୁ ଯାଉଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.