ଭୋପାଲ: ଭୂକମ୍ପରେ ଥରିଲା ମଧ୍ୟପ୍ରଦେଶ ସିଓନି । ରିକ୍ଟର ସ୍କେଲରେ ତୀବ୍ରତା 3.3 ରେକର୍ଡ। ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ମିଳିଛି। ମଙ୍ଗଳବାର ସକାଳ ସମୟରେ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ବେଳେ ମହାରାଷ୍ଟ୍ରର ନାଗପୁରରେ ମଧ୍ୟ କମ୍ପନ ଅନୁଭୂତ ହୋଇଛି ବୋଲି ସରକାରୀ ସୂତ୍ରରୁ କହିଛନ୍ତି। ଏବେ ସୁଦ୍ଧା କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ।
ଭାରତରେ ପାଣିପାଗ ବିଭାଗ (ଆଇଏମଡି) ଭୋପାଳ କେନ୍ଦ୍ରର ବିଶେଷଜ୍ଞ ବେଦ ପ୍ରକାଶ ସିଂ କହିଛନ୍ତି ଯେ, ସେଓନୀରେ ସକାଳ 4.10 ରେ ଭୂକମ୍ପ ଅନୁଭୂତ ହୋଇଥିବା ବେଳେ କେନ୍ଦ୍ରସ୍ଥଳରୁ 15 କିଲୋମିଟର ଗଭୀରତା ରହିଥିଲା। କମ୍ପନ ଅନୁଭବ ପରେ ଲୋକମାନେ ଆତଙ୍କିତ ଅବସ୍ଥାରେ ଘରୁ ବାହାରକୁ ଆସିଯାଇଥିଲେ।
ସେଓନିଠାରୁ ପ୍ରାୟ 96 କିଲୋମିଟର ଦୂରରେ ଥିବା ନାଗପୁରରେ ମଧ୍ୟ ଏହି କମ୍ପନ ଅନୁଭୂତ ହୋଇଛି ବୋଲି ଆଇଏମଡି ନାଗପୁରର ଜଣେ ଅଧିକାରୀ କହିଛନ୍ତି।