ପାଟଣା: ଲକଡାଉନ ପରେ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରବାସୀ । ସଂକ୍ରମଣ ଆଶଙ୍କାରେ ପ୍ରଥମେ ସମସ୍ତଙ୍କୁ 14 ଦିନ ପାଇଁ କ୍ବାରେଣ୍ଟାଇନରେ ରଖାଯାଉଛି । ହେଲେ ଏବେ ଲକ୍ଷଣ ନଥିବା ପ୍ରବାସୀ କ୍ବାରେଣ୍ଟାଇନ ରହିବେ ନାହିଁ ବୋଲି ବିହାର ସରକାର ଏକ ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ କର୍ଣ୍ଣାଟକ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।
ଦେଶର ସର୍ବାଧିକ କୋରୋନା ପ୍ରଭାବିତ ରାଜ୍ୟ ଗୁଜୁରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ,ତାମିଲନାଡୁ ରହିଛି । ସୁରଟ, ଅହମ୍ମଦାବାଦ, ମୁମ୍ବାଇ, ପୁଣେ, ଦିଲ୍ଲୀ, ଗାଜିଆବାଦ, ଫରିଦାବାଦ, ଗୁରୁଗାଓଁ, ନୋଏଡା, କୋଲକାତା ଓ ବାଙ୍ଗାଲୁର ଫେରୁଥିବା ପ୍ରବାସୀ ଶ୍ରମିକଙ୍କୁ ବାଧ୍ୟତାମୂଳକ ଭାବେ କ୍ବାରେଣ୍ଟାଇନରେ ରଖାଯିବ ।
ସେହିପରି ଅନ୍ୟ ସ୍ଥାନରୁ ଆସୁଥିବା ବ୍ୟକ୍ତିଙ୍କ ଠାରେ କୋରୋନା ଲକ୍ଷଣ ଦେଖାଯାଏ ତେବେ ସେମାନଙ୍କୁ ମଧ୍ୟ କ୍ବାରେଣ୍ଟାଇନରେ ରଖାଯିବ । ନଚେତ ସେମାନଙ୍କୁ ହୋ କ୍ବାରେଣ୍ଚାଇନରେ ରହିବ ବୋଲି ବିହାର ସରକାର ଘୋଷଣା କରିଛନ୍ତି ।
ଦେଶରେ ଆଜି ପୁଣି ରେକର୍ଡ ସଂଖ୍ୟକ ସଂକ୍ରମିତ ମାମଲା ରିପୋର୍ଟ କରାଯାଇଛି । ଗତ 24 ଘଣ୍ଟାରେ ଏଠି 6654 ପଜିଟିଭ ଚିହ୍ନଟ ପରେ ଏବେ ମୋଟ ସଂକ୍ରମିତ ସଂଖ୍ୟା 1 ଲକ୍ଷ 25 ହଜାର ପାର କରିଛି । ଉତ୍ତରପ୍ରଦେଶ ଓ ବିହାରରେ ସଂକ୍ରମଣ ହାର ଏବେ ତୀବ୍ର ହେବାରେ ଲାଗିଛି ।
@ANI