ETV Bharat / bharat

ରଙ୍ଗବେରଙ୍ଗ ଚିତ୍ରରେ ରଙ୍ଗୀନ କ୍ବାରେଣ୍ଟାଇନ କେନ୍ଦ୍ର କାନ୍ଥ, ପ୍ରଶଂସା କଲେ ପିଏମ - migrant workers

ଉତ୍ତରପ୍ରଦେଶ ଉନ୍ନାଓର ଜିଲ୍ଲାରେ ଏକ ପ୍ରାଥମିକ ବିଦ୍ୟାଳୟରେ କ୍ବାରେଣ୍ଟାଇନ ଥିବା ଶ୍ରମିକ ମାନେ ନିଜର କଳା କୌଶଳ ଦ୍ବାରା କାନ୍ଥକୁ ଅତି ସୁନ୍ଦର ଭାବେ ସଜେଇଛନ୍ତି । ଅଧିକ ପଢନ୍ତୁ...

ରଙ୍ଗବେରଙ୍ଗ ଚିତ୍ରରେ ହେଲା କ୍ବାରେଣ୍ଟାଇନ କେନ୍ଦ୍ର କାନ୍ଥ, ପ୍ରଶଂସା କଲେ ପିଏମ

author img

By

Published : Jun 21, 2020, 6:03 PM IST

ଲକ୍ଷ୍ନୌ: ସମଗ୍ର ଦେଶ କୋରୋନା ଭାଇରସ ପ୍ରକୋପ ଜାରି ରହିଛି । ଏହି ସମୟରେ ଉତ୍ତରପ୍ରଦେଶ ଉନ୍ନାଓ ଜିଲ୍ଲାର ନାରାୟଣପୁରରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ କ୍ବାରେଣ୍ଟାଇନ ସେଣ୍ଟର ଖୋଲାଯାଇଛି । ଏଠାରେ ରହୁଥିବା ଶ୍ରମିକମାନେ ସେମାନଙ୍କର କଠିନ ପରିଶ୍ରମ ଏବଂ କଳା ଦ୍ୱାରା ବିଦ୍ୟାଳୟର କାନ୍ଥରେ ବିଭିନ୍ନ ଚିତ୍ର ଆଙ୍କିବା ସହ ଅନେକ ସ୍ଲୋଗାନ ଲେଖିଛନ୍ତି । ଯାହା ବେଶ ସୁନ୍ଦର ହୋଇଥିବାବେଳେ, ଜନଆଦୃତ ହୋଇପାରିଛି । ଖାଲି ସେତିକି ନୁହଁ ଶ୍ରମିକଙ୍କର ଏହି କଳାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଶଂସା କରିଛନ୍ତି ।

ଶନିବାର ଗରିବ କଲ୍ୟାଣ ରୋଜଗର ନାମରେ 50 ହଜାର କୋଟି ଟଙ୍କାର ଯୋଜନା ଆରମ୍ଭ କରିଛନ୍ତି । ସେ ଏହାର ଶ୍ରେୟ ଉନ୍ନାଓ ଜିଲ୍ଲାକୁ ଦେଇଛନ୍ତି । ଏହି ଯୋଜନା ଆରମ୍ଭ ସମୟରେ ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଲକଡାଉନ ସମୟରେ ଅନ୍ୟ ରାଜ୍ୟରୁ ଫେରିଥିବା ଶ୍ରମିକ ଓ କର୍ମଚାରୀମାନେ ଉନ୍ନାଓର ଏକ ସରକାରୀ ବିଦ୍ୟାଳୟରେ କ୍ବାରେଣ୍ଟାଇନ ହୋଇଥିଲେ । ଏହି ଶ୍ରମିକମାନଙ୍କ ମଧ୍ୟରୁ ଅଧିକାଂଶ ହାଇଦ୍ରାବାଦରୁ ଫେରିଥିଲେ । ଯେଉଁମାନଙ୍କର ପ୍ଲାଷ୍ଟର ପ୍ୟାରିସ କାର୍ଯ୍ୟରେ ଦକ୍ଷତା ଥିଲା ।

ପ୍ରଧାନମନ୍ତ୍ରୀଙ୍କ କହିବାନୁସାରେ, ''ଯେତେବେଳେ ମୁଁ ଗଣମାଧ୍ୟମ ଜରିଆରେ ଏହି ଖବର ପାଇଥିଲି, ସେତେବେଳେ ମୁଁ ମୋର ଶ୍ରମିକ ଏବଂ କାର୍ଯ୍ୟରତ ଭାଇମାନଙ୍କ ଦକ୍ଷତା ଏବଂ ଦେଶପ୍ରେମ ବିଷୟରେ ବୁଝିଥିଲି । ମୁଁ ଅନୁଭବ କଲି ଯେ ଏହି ଲୋକମାନଙ୍କର ଦେଶ ଏବଂ ସମାଜ ପାଇଁ କିଛି କରିବାକୁ ଆଗ୍ରହ ଅଛି । ଏହା ଦ୍ୱାରା ଅନୁପ୍ରାଣିତ ହୋଇ ମୁଁ ଗାରିବ କଲ୍ୟାଣ ରୋଜଗର ଅଭିଯାନ ଆରମ୍ଭ କରିବାକୁ ଅନୁପ୍ରାଣିତ ହୋଇଥିଲି'' ।

ମୋଦି ଆହୁରି କହିଛନ୍ତି, ଅନେକ ପ୍ରତିଭା ତାଙ୍କ ଗାଁକୁ ଫେରିଛନ୍ତି । ଯେତେବେଳେ ଦେଶର ସହରକୁ ଗତି ଓ ପ୍ରଗତି ଦେଉଥିବା ଏହି ବର୍ଗ ଯେତବେଳେ ଗାମୀଣ ଅଞ୍ଚଳରେ ତାଙ୍କର ପ୍ରତିଭା ଦେଖାଇବେ ସେତବେଳେ, ରାଜ୍ୟର ବିକାଶରେ ମଧ୍ୟ ଉନ୍ନତି ହେବ । ଏହି ଯୋଜନା ବିହାର, ଉତ୍ତରପ୍ରଦେଶ, ଝାଡଖଣ୍ଡ, ଓଡିଶା, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର 116 ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ ବୋଲି ଜଣା ପଡିଛି । ଏହା ସେହି ସବୁ ରାଜ୍ୟ ଯେଉଁଠି ଲକଡାଉନ ଯୋଗୁଁ ସର୍ବାଧିକ ସଂଖ୍ୟକ ଶ୍ରମିକ ଘରକୁ ଫେରିଛନ୍ତି । ଏହା ସହିତ କୁଶଳୀ ବ୍ୟକ୍ତିମାନେ ମଧ୍ୟ ସେମାନଙ୍କର ଦକ୍ଷତା ଅନୁଯାୟୀ ସ୍ଥାନୀୟ ସ୍ତରରେ କାର୍ଯ୍ୟ ପାଇବେ । ଯେଉଁଠାରେ ପ୍ରତିଭା ଅନୁସାରେ କାର୍ଯ୍ୟ ହେବ, ସେଠାରେ ମଧ୍ୟ ବିକାଶ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.