ETV Bharat / bharat

9ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଯୋଗାଇବ ଭାରତୀୟ ରେଳବାଇ

ପ୍ରବାସୀ ଶ୍ରମିକମାନେ ପାଇବେ ରୋଜଗାର। 1800 କୋଟି ଟଙ୍କା ପ୍ରକଳ୍ପ ଅଧୀନରେ 9 ଲକ୍ଷ ଶ୍ରମିକଙ୍କୁ ରୋଜଗାର ଯୋଗାଇବା ପାଇଁ ଭାରତୀୟ ରେଳବାଇ ଘୋଷଣା କରିଛି । ବିଶେଷକରି ଯେଉଁମାନେ ଲକଡାଉନ ଯୋଗୁଁ ଚାକିରି ହରାଇ ନିଜ ରାଜ୍ୟକୁ ଫେରିଛନ୍ତି । ଅଧିକ ପଢନ୍ତୁ...

9ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଯୋଗାଇବ ଭାରତୀୟ ରେଳବାଇ
9ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଯୋଗାଇବ ଭାରତୀୟ ରେଳବାଇ
author img

By

Published : Jun 27, 2020, 6:25 PM IST

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକମାନେ ପାଇବେ ରୋଜଗାର। 1800 କୋଟି ଟଙ୍କା ପ୍ରକଳ୍ପ ଅଧୀନରେ 9 ଲକ୍ଷ ଶ୍ରମିକଙ୍କୁ ରୋଜଗାର ଯୋଗାଇବା ପାଇଁ ଭାରତୀୟ ରେଳବାଇ ଘୋଷଣା କରିଛି । ବିଶେଷକରି ଯେଉଁମାନେ ଲକଡାଉନ ଯୋଗୁଁ ଚାକିରି ହରାଇ ନିଜ ରାଜ୍ୟକୁ ଫେରିଛନ୍ତି । ରେଳ ଭିତ୍ତିଭୂମି ପ୍ରକଳ୍ପ ଅଧୀନରେ ରେଳବାଇ 1800 କୋଟି ଟଙ୍କା ବିନିଯୋଗ କରିବ ଏବଂ ଏହି ପ୍ରବାସୀ ଶ୍ରମିକମାନଙ୍କୁ ଅକ୍ଟୋବର 31 ପର୍ଯ୍ୟନ୍ତ 125 ଦିନ ପାଇଁ କାମ ଯୋଗାଇବ ବୋଲି ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଏକ ବୈଠକରେ ନିଷ୍ପତ୍ତି ନେଇଛନ୍ତି । ଯେଉଁଥିରେ ସମସ୍ତ ରେଳ ଜୋନ୍ ଏବଂ ରେଳ PSU ଅଧିକାରୀ ଅଂଶଗ୍ରହଣ କରିଥିଲେ ।

ରେଳମନ୍ତ୍ରୀ ପୀୟୁଷ ଗୋୟଲ ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗରିବ କଲ୍ୟାଣ ରୋଜଗର ଅଭିଯାନ ଅଧୀନରେ ରେଳବାଇ ପ୍ରାୟ 9 ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ଯୋଗାଇବା ପାଇଁ 160 ଟି ପ୍ରକଳ୍ପ ଚିହ୍ନଟ କରିଛି । ଏହି ବୈଠକରେ ରେଳ ବୋର୍ଡର ଚେୟାରମ୍ୟାନ୍ ବିନୋଦ କୁମାର ଯାଦବ ପ୍ରତ୍ୟେକ ନିର୍ଦ୍ଦିଷ୍ଟ ଜିଲ୍ଲାରେ ଜଣେ ନୋଡାଲ ଅଫିସର ନିଯୁକ୍ତ କରିବାକୁ ଜୋନାଲ ରେଳବାଇକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକଳ୍ପ ଅଧୀନରେ ଦିଆଯାଇଥିବା କାର୍ଯ୍ୟଗୁଡ଼ିକରେ ରେଳ ସଂଯୋଗ ମାର୍ଗର ରକ୍ଷଣାବେକ୍ଷଣ, ରେଳ କ୍ରସିଂ, ପରିଷ୍କାର ପରିଚ୍ଛନ୍ନତା ଏବଂ ୱାଟର ବେସ୍ ଏବଂ ଡ୍ରେନ୍ ନିର୍ମାଣ ଅନ୍ତର୍ଭୁକ୍ତ ।

ମନ୍ତ୍ରଣାଳୟ କହିଛି ଯେ 6 ଟି ରାଜ୍ୟର 116 ଟି ଜିଲ୍ଲାରେ ଗରିବ କଲ୍ୟାଣ ଯୋଜନା ଅଭିଯାନର ଅଗ୍ରଗତି ସମୀକ୍ଷା କରିଛି। ଏହି ରାଜ୍ୟଗୁଡ଼ିକ ହେଉଛି ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ, ମଧ୍ୟପ୍ରଦେଶ, ଓଡିଶା ଏବଂ ଝାଡଖଣ୍ଡ । ଗତ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଯୁକ୍ତି ଏବଂ ଗ୍ରାମୀଣ ଜନସେବା ଅଭିଯାନ ଘୋଷଣା କରିଥିଲେ ଯାହାର ନାମ 'ଗରିବ କଲ୍ୟାଣ ରୋଜଗାର ଅଭିଆନ୍' ରଖାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.